spot_img

Latest Posts

ଚଳଚ୍ଚିତ୍ର ଓ ଧାରାବାହିକରେ ରବି ମିଶ୍ର ଛାଡ଼ିଥିବା ଛାପ ସର୍ବଦା ସ୍ମରଣୀୟ ରହିବ: ମୁଖ୍ୟମନ୍ତ୍ରୀ

ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି ବିଶିଷ୍ଟ ଅଭିନେତା ରବି ମିଶ୍ର। ସକାଳୁ ସକାଳୁ ତାଙ୍କର ମୃତ୍ୟୁ ହୋଇଛି। ରବିଙ୍କ ଦେହାନ୍ତରେ ଟ୍ୱିଟ୍ କରି ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଖୁଣ ଅଭିନୟ ଦ୍ୱାରା ଅନେକଙ୍କ ଲୋକପ୍ରୀୟ ହୋଇଥିଲେ ସେ। ଚଳଚ୍ଚିତ୍ର ଓ ଧାରାବାହିକରେ ସେ ଛାଡିଥିବା ଛାପକୁ ସର୍ବଦା ସ୍ମରଣୀୟ ରହିବ ବୋଲି ସେ କହିଛନ୍ତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ନବୀନ।

ଭୁବନେଶ୍ୱରରେ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଲିଛି। ହସ୍ପିଟାଲରୁ ତାଙ୍କର ବାସଭବନ କଟକ ଅଭିମୁଖେ ଯାଉଛି ପାର୍ଥିବ ଶରୀର। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା ଥିଲେ ରବି ମିଶ୍ର।

Latest Posts

Don't Miss