spot_img

Latest Posts

ଭୁବନେଶ୍ୱର ପାଲଟିଛି ଦେଶୀ ମଦ କାରଖାନା, ୫ଶହ ଲିଟର ମଦ ଜବତ କଲା ଅବକାରୀ ବିଭାଗ

ଭୁବନେଶ୍ୱର: ଭୁବନେଶ୍ୱରରେ ବଢ଼ିଚାଲିଛି ନିଶା କାରବାର। ଆଉ ବଣ ଜଙ୍ଗଲରେ ନୁହେଁ ଖୋଦ ରାଜଧାନୀରେ ତିଆରି ହେଉଛି ଦେଶୀ ମଦ। ପୂର୍ବରୁ ଡ୍ରଗ୍ସର ଆଡ୍ଡା ପାଲଟିଥିବାବେଳେ ଏବେ ପାଲଟିଛି ଦେଶୀ ମଦ କାରଖାନା। ରାଜ୍ୟରୁ କ୍ରାଇମ ହଟାଇବା ପାଇଁ ସବୁ ବସ୍ତି ମାନଙ୍କରେ ରେଡ ଆରମ୍ଭ ହୋଇଛି।

ମଦ ମାଫିଆ ଭୁବନେଶ୍ୱରରେ ମଦ ବିକ୍ରି କରି କରି କମିଶନରେଟ ପୋଲିସକୁ ଚ୍ୟାଲେଞ୍ଜ କରୁଛନ୍ତି। ତେବେ କୌଣସି ସୂତ୍ରରୁ ଖବର ପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ କରିଛି।

ଏକାସାଙ୍ଗରେ ସାଲିଆ ସାହି, ମଇଳା ଟାଙ୍କି, ନୀଳଚକ୍ର ନଗର ଓ ଲୈଲା ସ୍କୁଲ ଅଞ୍ଚଳରେ ଚଢ଼ାଉ କରି ୫ଶହ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ। ଏହାସହ ୩ହଜାର ଲିଟର ପୋଚ୍‌ ନଷ୍ଟ  କରାଯାଇଛି। ଘଟଣାରେ ୧୩ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ଏହି ମଦ ତିଆରି ହେବା ପରେ ଦିନମଜୁରିଆ ଖଟିଖିଆଙ୍କୁ ବିକ୍ରି ହୋଇଥାନ୍ତା ବୋଲି ସୂଚନା ମିଳିଛି। ତେବେ ଭୁବନେଶ୍ୱରର ସାଲିଆ ସାହି ପୂର୍ବରୁ ଡ୍ରଗ୍ସ ବେପାରର ପେଣ୍ଠସ୍ଥଳୀ ପାଲଟିଥିଲା। ଆଉ ଏବେ ଦେଶୀ ମଦ ତିଆରି କରୁଛି।

Latest Posts

Don't Miss