ରାଷ୍ଟ୍ରୀୟ ସମ୍ମାନ ସହ ହେବ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ
2 min readଭୁବନେଶ୍ୱର: ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ପ୍ରକାଶଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି- ସ୍ୱର୍ଗତଃ ରାଓ ତାଙ୍କର ଉତ୍ସର୍ଗୀକୃତ ସମାଜ ସେବା ବିଶେଷ କରି ଗରିବ ଓ ଅବହେଳିତମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ସ୍ମରଣୀୟ ହୋଇ ରହିବେ । ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି ।
Deeply saddened to know about the demise of philanthropist Padma Shri D Prakash Rao. The Good Samaritan will always be remembered for his dedication to uplift the lives of children through education. My thoughts & prayers with the bereaved family members. RIP
— Naveen Patnaik (@Naveen_Odisha) January 13, 2021
ପଦ୍ମଶ୍ରୀ ସ୍ୱର୍ଗତଃ ଡି. ପ୍ରକାଶ ରାଓଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ରକାଶଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ପ୍ରକାଶଙ୍କ ବିୟୋଗରେ ବିଭିନ୍ନ ଦଳର ରାଜନେତା ଶୋକ ପ୍ରକାଶ କରିଛନ୍ତି ।
Hon’ble Governor mourns the sad demise of noted social activist Padmashree D. Prakash Rao. ‘'He will always be remembered for his selfless service in transforming the lives of thousands of poor kids through his school 'Asha o Ashwasana’,'' expressed the Hon’ble Governor. pic.twitter.com/BBoICY8DqX
— Governor Odisha (@GovernorOdisha) January 13, 2021
କିଛି ଦିନ ହେବ ଅସୁସ୍ଥ ହୋଇ ପ୍ରକାଶ ରାଓ କଟକ ଏସସିବିରେ ଚିକିତ୍ସିତ ହେଉଥିଲେ । ଗତ ୨୪ ତାରିଖରେ ଏସ୍ସିବିରେ ଅସୁସ୍ଥତା କାରଣରୁ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଆଜି ତାଙ୍କର ମୃତ୍ୟୁ ହୋଇଛି । ପଦ୍ମଶ୍ରୀ ସମ୍ମାନ ପାଇଥିବା ପ୍ରକାଶ ୨୦୦ ଥର ରକ୍ତଦାନ ମଧ୍ୟ କରିଥିଲେ ।
ଏଥିସହ ପଢ଼ନ୍ତୁ- ବସ୍ତି ପିଲାଙ୍କ ଲାଗି ଆଶାର କିରଣ ସାଜିଥିଲେ ପ୍ରକାଶ