ଗଛରେ ପିଟି ହେଲା କାର, ଜଣେ ମୃତ, ୪ ଗୁରୁତର

ନିଶ୍ଚିନ୍ତକୋଇଲି: ମାହାଙ୍ଗା ନିଶ୍ଚିନ୍ତକୋଇଲି ଥାନା କଟିକଟା ନିକଟରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ।  ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହାତ ହୋଇଛନ୍ତି  । ମୃତକ ନାବାଳିକା ଜଣକ ହେଲେ ସରିତା ମଲ୍ଲିକ  । ସମସ୍ତଙ୍କ ଘର ଯାଜପୁର ଜିଲ୍ଲା ବିଞ୍ଝାରପୁରଅଞ୍ଚଳରେ ବୋଲି ଜଣାପଡ଼ିଛି । ଦୁର୍ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି କଟକ ମେଡିକାଲକୁ ପଠାଯାଇଛି  ।

ସୂଚନାନୁସାରେ, ଆଜି ଭୋର ସମୟରେ କଟକ ପଟୁ କେନ୍ଦ୍ରାପଡ଼ା ଯାଉଥିବା ଏକ ଟ୍ରକର ଚକା ଫାଟିଯିବାରୁ ଟ୍ରକଟି ଭାରସାମ୍ୟ ହରାଇଥିଲା  । ବିପରୀତ ଦିଗରୁ ଆସୁଥିବା କାର ଟ୍ରକ୍ ସହ ଧକ୍କା ହେବା ପୂର୍ବରୁ ବର୍ତ୍ତିବା ପାଇଁ ଡ୍ରାଇଭର କାରଟିକୁ ଟ୍ରକ ସାମ୍ନାରୁ ହଟାଇ ରାସ୍ତାର ବାମପଟକୁ ନେଇ ଆସିଥିଲେ ।

ଯଦିଓ ଟ୍ରକଟିରେ କାରଟି ଆଉ ଧକ୍କା ହୋଇ ନଥିଲା କିନ୍ତୁ ରାସ୍ତା କଡ଼ରେ ଥିବା ଏକ ନିମ୍ବ ଗଛରେ କାରଟି ପିଟି ହୋଇଯାଇଥିଲା । ତେବେ ଘଟଣା ସ୍ଥଳରେ ହିଁ ଜଣେ ନାବାଳିକାର ଜୀବନ ଯାଇଛି । ଏବଂ କାରରେ ଥିବା ଅନ୍ୟ ସମସ୍ତଙ୍କ ଅବସ୍ଥା ଗୁରୁତର ରହିଛି । ମୃତାଜଣକ ୧୭ ବର୍ଷୀୟା ନାବାଳିକା  ସରିତା ମଲ୍ଲିକ ବୋଲି ଜଣାଯାଇଛି । ଏହି ଦୁର୍ଘଟଣାରେ ଗୁରୁତରମାନେ ହୋଇଛନ୍ତି ଦେବାଶିଷ ମହାନ୍ତି, ବାବାଜି ମଲ୍ଲିକ, ବିଶ୍ୱଜିତ ମଲ୍ଲିକ ଓ ସନ୍ଧ୍ୟାରାଣୀ ମଲ୍ଲିକ ।

Leave a Reply