ଇଣ୍ଡୋନେସିଆ ବିମାନ ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
1 min readଭୁବନେଶ୍ୱର: ଇଣ୍ଡୋନେସିଆରୁ ଉଡ଼ାଣ ପରେ ଯାତ୍ରୀବାହୀ ବିମାନ ଧ୍ବଂସ । ଧ୍ୱଂସ ହୋଇଥିବା ବିମାନର ମିଳିଛି ଭଗ୍ନାବଶେଷ । ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ।
Concerned to know about the disappearance of Indonesia's Sriwijaya Air Flight 182. Praying for the safety of the passengers on board. My thoughts & prayers are with their families and friends. #SJ182
— Naveen Patnaik (@Naveen_Odisha) January 10, 2021
ତେବେ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ସମୁଦ୍ରରୁ ମିଳିଛି । ପ୍ରଥମେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ମୋଟ୍ ୬୨ ଜଣଙ୍କୁ ନେଇ ଜାକର୍ତ୍ତାରୁ ଉଡ଼ିଥିଲା ବିମାନ । ଜାକର୍ତ୍ତାରୁ କାଲିମନ୍ତାନ ଯାଉଥିଲା । ଏହି ବିମାନରେ ଥିବା ଯାତ୍ରୀଙ୍କ ମଧ୍ୟରେ ୬ଜଣ ଶିଶୁ ଥିଲେ । ଜାକର୍ତ୍ତାରୁ ଉଡ଼ାଣ ଆରମ୍ଭ କରିଥିଲା ଇଣ୍ଡୋନେସିଆର ବୋଇଂ ୭୩୭-୫୦୦ । ପ୍ରାୟ ୧୦ ହଜାର ଫୁଟ ଉପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଉଡ଼ାଣର ମାତ୍ର 5 ମିନିଟ୍ ଭିତରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଚୂରମାର ହୋଇଯାଇଛି ବିମାନ । ଇଣ୍ଡୋନେସିଆର ଏହି ବିମାନକୁ ସବୁଠୁ ଭଲ ବିମାନ ତାଲିକାରେ ରଖାଯାଇଥିଲା । ବିମାନର ଦୁର୍ଘଟଣା ହେବାର ଆଶଙ୍କା ବହୁତ କମ୍ ଥିଲା ବୋଲି ଇଣ୍ଡୋନେସିଆ ସରକାର କହିଛନ୍ତି । ଗତ ୨୬ ବର୍ଷ ହେଲା ଶ୍ରୀବିଜୟା ଏୟାର ଇଣ୍ଡୋନେସିଆରେ ସେବା ଯୋଗାଇ ଆସୁଛି ।