ଅବହେଳା ଯୋଗୁଁ ବନ୍ଦ ହେଲା ୫ଟି ହାଇସ୍କୁଲର ସମସ୍ତ କର୍ମଚାରୀଙ୍କ ଦରମା
1 min readକେନ୍ଦୁଝର: ଦୀର୍ଘ ୯ ମାସ ପରେ ଶୁକ୍ରବାର ଖୋଲିଥିଲା ସ୍କୁଲ୍ । ବିଦ୍ୟାଳୟ ଖୋଲିବା ପୂର୍ବରୁ ପରିସରକୁ ସଫାସୁତୁରା କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିସହ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏସଓପି ଜାରି କରିଥିଲା ବିଭାଗ । ତେବେ, ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନରୁ କାର୍ଯ୍ୟରେ ଅବହେଳା ଲାଗ ହୋଇଛି କାର୍ଯ୍ୟାନୁଷ୍ଠାନ । କେନ୍ଦୁଝର ଜିଲ୍ଲାର ୫ଟି ହାଇସ୍କୁଲର ସମସ୍ତ କର୍ମଚାରୀଙ୍କ ଦରମାକୁ ବନ୍ଦ କରିଛନ୍ତି ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ ।
୧) ଠିକ୍ ଭାବେ ବିଦ୍ୟାଳୟ ପରିସରକୁ ସଫା ନ କରିବା
୨) ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏସଓପିକୁ ଠିକ୍ ଭାବେ ଲାଗୁ ନ କରିବା
୩) ଶ୍ରେଣୀ ପରିଚାଳନା ପାଇଁ ଉପଯୁକ୍ତ ଯୋଜନା ନ କରିବା
ଏସବୁ କାରଣ ଦର୍ଶାଇ ଜିଲ୍ଲା ଶିକ୍ଷାଧିକାରୀ ୫ଟି ହାଇସ୍କୁଲର ସମସ୍ତ କର୍ମଚାରୀଙ୍କ ଜାନୁଆରୀ ମାସର ଦରମା ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏ ସ୍ଥଗିତ ରଖିଛନ୍ତି । ଏହି ସବୁ ସ୍କୁଲ୍ ହେଉଛି-
୧) ଏସ୍ଏମ୍ଆର୍, ହାଇସ୍କୁଲ, ଝାରବେଲଡା
୨) ସରକାରୀ ହାଇସ୍କୁଲ, ଖିରେଇଟାଙ୍ଗିରୀ
୩) ବିଶୋଇପାଟ ସରକାରୀ ହାଇସ୍କୁଲ, ଯାମୁନପୋଷି
୪) ପିଏମବି ହାଇସ୍କୁଲ, ବୋଲାଣିପୋଷି
୫) ଝାଳମଣି ହାଇସ୍କୁଲ, ଦେନୁଆଣ