୪ ମାସର ଶିଶୁପୁତ୍ରକୁ ବିକ୍ରି କରିବା ପରେ ଆତ୍ମହତ୍ୟା କଲେ ବାପା
ମାଲାକାନଗିରି: ଦାରିଦ୍ର୍ୟର ଦାରୁଣ ରୂପ । ୪ ମାସର ଶିଶୁପୁତ୍ରକୁ ବିକ୍ରି କରିବା ପରେ ଦୁଃଖରେ ଭାଙ୍ଗିପଡ଼ି ଆତ୍ମହତ୍ୟା କଲେ ବାପା । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ସପ୍ତଧାରାର ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ସୋମନାଥ ଖିଲ । ସୋମନାଥଙ୍କ ଆତ୍ମହତ୍ୟା ପରେ ଅସହାୟ ହୋଇପଡ଼ିଛି ପରିବାର । ମୂଲମଜୁରି ଲାଗି ୭ ପ୍ରାଣୀ କୁଟୁମ୍ବ ପୋଷୁଥିଲେ ସୋମନାଥ । ତେବେ କାମଧନ୍ଦା ନମିଳିବାରୁ ପରିବାର ପୋଷିବା କଷ୍ଟକର ହୋଇପଡିଥିଲା । ଶେଷରେ ୪ବର୍ଷର ପୁଅ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ ସୋମନାଥ । କିନ୍ତୁ ପିଲା ବିକ୍ରି ପରେ ଦୁଃଖରେ ଭାଙ୍ଗିପଡ଼ିଥିଲେ ସୋମାନାଥ । ଶେଷରେ ଚରମ ନିଷ୍ପତ୍ତି ନେଇଛନ୍ତି ସୋମନାଥ । ଆତ୍ମହତ୍ୟା କରିଦେଇଛନ୍ତି । ଅସହାୟ ପରିବାରକୁ ପ୍ରଶାସନିକ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।