ଅନିର୍ଦ୍ଧିଷ୍ଟ କାଳ ପାଇଁ ଟ୍ରମ୍ପଙ୍କ ଫେସ୍ବୁକ୍-ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ବ୍ଲକ୍
1 min readଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇ ସୋସିଆଲ ମିଡିଆ ଆକାଉଣ୍ଟ ବ୍ଲକ୍ । ଟ୍ରମ୍ପଙ୍କ ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି । ତେବେ ଆନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅର୍ଥାତ୍ ଅନ୍ୟୁତ ଦୁଇ ସପ୍ତାହ ପାଇଁ ଟ୍ରମ୍ପଙ୍କ ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟକୁ ବ୍ଲକ୍ କରାଯାଇଛି ।
ଆମେରିକାରେ ଜରୁରୀକାଳିନ ପରିସ୍ଥିତି ଉପୁଜିଥିବା ବେଳେ, ଏଥିପାଇଁ ଟ୍ରମ୍ପଙ୍କୁ ଦାୟୀ କରାଯାଇଛି । ଏନେଇ ଜୁକର ବର୍ଗ ମଧ୍ୟ ନିଜେ ଫେସ୍ବୁକ୍ରେ ଲେଖି ପୋଷ୍ଟ କରିଛନ୍ତି । କାରଣ ଆମେରିକା କଂଗ୍ରେସ ଗୁରବାର ଜୋ ବାଇଡେନ୍ଙ୍କ ବିଜୟ ଉପରେ ସାମ୍ବିଧାନିକ ମୋହର ମାରିଥିଲା । ଏହା ସହ୍ୟ ନକରିପାରି ଟ୍ରମ୍ପଙ୍କ ସମର୍ଥକମାନେ ବର୍ବର କାଣ୍ଡ ଭିଆଥିଲେ । ଯେଉଁଥିରେ ୪ ଜଣଙ୍କ ଜୀବନ ଯାଇଥିଲା । ଏନେଇ ଖୋଦ୍ ଜୁକର ବର୍ଗ ମଧ୍ୟ ଫେସ୍ବୁକ୍ ପୋଷ୍ଟ କରିଛନ୍ତି ।
Facebook extends the block placed on outgoing US President Donald Trump's Facebook and Instagram accounts indefinitely and for at least the next two weeks. pic.twitter.com/i6pw6gxeqZ
— ANI (@ANI) January 7, 2021
ସୂଚନାଯୋଗ୍ୟ, ଆମେରିକାର କ୍ୟାପିଟାଲ ହିଲ୍ରେ ଟ୍ରମ୍ପ ସମର୍ଥକଙ୍କ ଆକ୍ରମଣ ପରେ, ରାଷ୍ଟ୍ରପତିଙ୍କୁ ତାଙ୍କ କାର୍ଯ୍ୟକାଳ ସରିବାର ୧୪ ଦିନ ପୂର୍ବରୁ ବିଦା କରାଯାଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । କ୍ୟାପିଟାଲ ହିଲ୍ ସେହି ବିଲ୍ଡିଂ ଯେଉଁଠାରେ ଆମେରିକା କଂଗ୍ରେସର ଦୁଇ ଗୃହର ସଦସ୍ୟ ବସିଥାନ୍ତି । ଏହି ବିଲ୍ଡିଂ ଉପରେ ଟ୍ରମ୍ପ ସମର୍ଥକଙ୍କ ଆକ୍ରମଣକୁ ଆମେରିକୀୟ ଗଣତନ୍ତ୍ର ଉପରେ ଆକ୍ରମଣ ଭାବେ ଗ୍ରହଣ କରାଯାଉଛି । ଏହି ଆକ୍ରମଣ ପାଇଁ ଟ୍ରମ୍ପଙ୍କ ଜିଦ୍କୁ ଦାୟୀ କରାଯାଉଛି । ତେଣୁ ଅନେକ ସାଂସଦ ଓ ରାଜ୍ୟପାଳ ଟ୍ରମ୍ପଙ୍କୁ ୧୪ ଦିନ ଆଗରୁ ବିଦା କରିବାକୁ ଚାହୁଁଛନ୍ତି । ତାଙ୍କ ବିରୋଧରେ ମହାଭିଯୋଗ କିମ୍ବା ସମ୍ବିଧାନର ୨୫ତମ ସଂଶୋଧନ ପ୍ରୟୋଗ କରିବା କଥା କୁହାଯାଉଛି ।
We believe the risks of allowing President Trump to continue to use our service during this period are simply too great, so we are extending the block we have placed on his Facebook and Instagram accounts indefinitely and for at least the next two weeks. pic.twitter.com/JkyGOTYB1Z
— Meta Newsroom (@MetaNewsroom) January 7, 2021
୨୦ ଜାନୁଆରୀ ଦିନ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ କାର୍ଯ୍ୟଭାର ସମ୍ଭାଳିବେ । ଯାହାର ଅର୍ଥ ହେଉଛି ଟ୍ରମ୍ପ ଆଉ ମାତ୍ର ୧୪ ଦିନ ପାଇଁ ରାଷ୍ଟ୍ରପତି । କିନ୍ତୁ ବୁଧବାର ଦିନ କ୍ୟାପିଟାଲ ହିଲରେ ହୋଇଥିବା ହିଂସା ପାଇଁ ତାଙ୍କୁ ଦାୟୀ କରାଯାଉଛି । ଜାନୁଆରୀ ୬ ତାରିଖ ଦିନ ବାଇଡେନଙ୍କ ବିଜୟ ଉପରେ ମୋହର ଲଗାଇବା ପାଇଁ ଦୁଇ ଗୃହର ସଦସ୍ୟ ଏକଠି ହୋଇଥିଲେ । କିନ୍ତୁ ଟ୍ରମ୍ପ ସମର୍ଥକ ଏହାକୁ ରୋକିବା ପାଇଁ ସଂସଦ ଉପରେ ହମଲା କରିଥିଲେ । ଏହି ଘଟଣା ପୂର୍ବରୁ ଟ୍ରମ୍ପ ଏମିତି ଗୋଟିଏ ଟ୍ୱିଟ୍ କରିଥିଲେ ଯାହା ସମର୍ଥକଙ୍କୁ ହିଂସା କରିବାକୁ ଉତ୍ସାହିତ କରିଥିଲା ବୋଲି ବିରୋଧୀ କହୁଛନ୍ତି । ଏମିତିରେ ସେମାନେ ଟ୍ରମ୍ପଙ୍କୁ ଦୁଇ ସପ୍ତାହ ଯାଏ ରାଷ୍ଟ୍ରପତି ଭାବେ ଦେଖିବାକୁ ଚାହୁଁନାହାନ୍ତି ।