ଦେଶ ଦେଖିଲା ବିରାଟ ରାଲି, ଦାବି ନମାନିଲେ ଆନ୍ଦୋଳନ ଆହୁରି ତେଜିବ କହିଲେ ଚାଷୀ
1 min readନୂଆଦିଲ୍ଲୀ: ଦେଶ ଦେଖିଲା ବିଶାଳ ଟ୍ରାକ୍ଟର ରାଲି । ନୂଆ କୃଷି ଆଇନକୁ ବିରୋଧ କରି ଗୁରୁବାର ଟ୍ରାକ୍ଟର ରାଲିରେ କରିଥିଲେ ହଜାର ହଜାର ଚାଷୀ । ଶୁକ୍ରବାର କେନ୍ଦ୍ର ସରକାରଙ୍କ ସହ ହେବାକୁ ଥିବା ବୈଠକରେ ଯଦି ଦାବି ପୂରଣ ନହୁଏ, ଆଗକୁ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି । ତେବେ ନୂଆ କୃଷି ଆଇନ ଚାଷୀଙ୍କ ହିତରେ ବୋଲି ପୁଣିଥରେ ଦୋହରାଇଛନ୍ତି କୃଷିମନ୍ତ୍ରୀ ।
Protesting farmers to hold tractor rally today at four borders of Delhi including Eastern and Western peripheral expressways.
Visuals from Ghazipur border pic.twitter.com/1gmKMhHE4T
— ANI (@ANI) January 7, 2021
ଅନ୍ୟପଟେ ଟ୍ରାକ୍ଟର ମାଧ୍ୟମରେ ଟ୍ରେଲର ଦେଖାଇଛନ୍ତି ଚାଷୀ । ସରକାରଙ୍କ ଉପରେ ଚାପ ପକାଇବା ପାଇଁ ବଡ଼ ପ୍ରୟାସ । ସିଂଘୁ ସୀମାରୁ ଟିକ୍ରି ଓ ଟିକ୍ରିରୁ ଶାହାଜାଂହାପୁର । ଗାଜିପୁରରୁ ପଲଓ୍ୱର, ଦେଖିବାକୁ ମିଳିଥିଲା ଚାଷୀଙ୍କ ଟ୍ରାକ୍ଟର ରାଲି । ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ସୀମାରେ ଦେଖିବାକୁ ମିଳିଥିଲା ଚାଷୀଙ୍କ ଟ୍ରାକ୍ଟର ପରେଡ୍ ରିହର୍ସାଲ । ହଜାର ହଜାର ଚାଷୀ ଏଥିରେ ସାମିଲ ହୋଇଥିଲେ । ଯଦି ସରକାର ସେମାନଙ୍କ ଦାବି ନ ମାନନ୍ତି ତେବେ ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ଚେତାବନୀ ଦେଇଛନ୍ତି ଅନ୍ନଦାତା ।
Haryana: Farmers protesting against Centre's three farm laws hold tractor rally in Palwal.
"We will head towards Singhu border from here", says Shiv Kumar Kakka, National President, Rashtriya Kisan Mazdoor Mahasangh. pic.twitter.com/GsoOpB0W1N
— ANI (@ANI) January 7, 2021
ନୂଆ କୃଷି ଆଇନକୁ ନେଇ ସରକାର ଓ ଚାଷୀ ସଂଗଠନ ମଧ୍ୟରେ ବସୁଛି ବାରମ୍ବାର ବୈଠକ । ହେଲେ ସମାଧାନର ବାଟ ବାହାରିପାରୁନି । ଶୁକ୍ରବାର ପୁଣି ଦିଲ୍ଲୀ ବିଜ୍ଞାନ ଭବନରେ ବସିବ ବୈଠକ । ଦୁଇଟି ପ୍ରସ୍ତାବ ଉପରେ ସରକାର ସହମତି ପ୍ରକାଶ କରିଥିବା ବେଳେ ଆଇନ ପ୍ରତ୍ୟାହାର ଓ ଏମ୍ଏସ୍ପି ନେଇ ବୈଠକରେ ଆଲୋଚନା ହେବ । ସମସ୍ୟାର ସମାଧାନ ନେଇ ଚାଷୀ ଆଶାବାଦୀ ଥିବା ବେଳେ ସରକାର ଆଇନକୁ ନେଇ ପୁଣି ନିଜ ଯୁକ୍ତି ରଖିଛନ୍ତି । ନୂଆ ଆଇନ୍ ଚାଷୀଙ୍କ ହିତରେ ବୋଲି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ କହିଛନ୍ତି ।
#WATCH Tractor rally by farmers at Haryana's Palwal; farmers protesting at Palwal are heading towards Singhu border pic.twitter.com/pDUFqs0MrW
— ANI (@ANI) January 7, 2021
ସେପଟେ ଯଦି ସରକାର ଦାବି ନ ମାନନ୍ତି ତେବେ ୯ ତାରିଖଠୁ ଜୋରଦାର ହେବ ଆନ୍ଦୋଳନ । ହରିୟାଣାରେ କୃଷି ସଙ୍ଗଠନ ଘର ଘର ବୁଲି ଆଇନ ବିରୋଧରେ ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଅଣ୍ଟା ଭିଡିଛି ।