spot_img

Latest Posts

କରୋନା ଟିକାକୁ ନେଇ ଗୁଜବକୁ ଖାରଜ କଲେ DCGI, ଭ୍ୟାକ୍ସିନ୍ ୧୧୦ ପ୍ରତିଶତ ସୁରକ୍ଷିତ

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ଦେଶରେ ଗୁଜବ ବଜାର ଥମିବାର ନାମ ନେଉ ନାହିଁ । ଏହାରି ଭିତରେ ଡ୍ରଗସ କଣ୍ଟ୍ରୋଲର ଜେନରାଲ ଅଫ୍ ଇଣ୍ଡିଆ ବା DCGI କରୋନା ଟିକାକୁ ନେଇ ଗୁଜବକୁ ଖଣ୍ଡନ କରିଛନ୍ତି । DCGI ସବୁ ପ୍ରକାରର ଗୁଜବ ଉପରେ ବିରାମ ଲଗାଇ କହିଛନ୍ତି ଯେ, ଟିକା ୧୧୦ ପ୍ରତିଶତ ସୁରକ୍ଷିତ।


୧୧୦ ପ୍ରତିଶତ ସୁରକ୍ଷିତ
DCGI ନିର୍ଦ୍ଦେଶକ ଭିଜି ସୋମାନି କହିଛନ୍ତି ଯେ ଯଦି ସୁରକ୍ଷାକୁ ନେଇ ଟିକିଏ ବି ସନ୍ଦେହ ରହିଥାନ୍ତା ତେବେ ଏମିତିରେ ଆମେ ଅନୁମତି ଦେଇନଥାନ୍ତୁ । ଏହି ଟିକା ୧୧୦ ପ୍ରତିଶତ ସୁରକ୍ଷିତ । ହାଲୁକା ଜ୍ୱର,ମୁଣ୍ଡବିନ୍ଧା ଓ ଆଲର୍ଜି ଭଳି ସମସ୍ୟା ଟିକା ପାଇଁ ସାମାନ୍ୟ କଥା ।


ଭ୍ୟାକ୍ସିନ୍ ଦ୍ୱାରା ହେବ ନାହିଁ ନପୁଂସକତା
ଭାରତରେ ବଡ ଜୋରରେ ପ୍ରଚାର ଚାଲିଛି ଯେ, କରୋନା ଟିକା ନେବା ଦ୍ୱାରା ନପୁଂସକ ହେବାର ଆଶଙ୍କା ରହିଛି । ଏହି ଗୁଜବକୁ ମଧ୍ୟ DCGI ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, କରୋନା ଟିକା ନେବା ଦ୍ୱାରା କାହାରି ଯୌନ ଜୀବନ ପ୍ରଭାବିତ ହେବ ନାହିଁ । ତେଣୁ ଏଭଳି ଗୁଜବଠାରୁ ଦୁରେଇ ରୁହନ୍ତୁ ।

ସମାଜବାଦୀ ପାର୍ଟି ନେତା ନପୁଂସକତା କଥା ଉଠାଇଥିଲେ
ସମାଜବାଦୀ ପାର୍ଟିର ବିଧାନ ପରିଷଦ ସଦସ୍ୟ ଆଶୁତୋଶ ସିହ୍ନାଙ୍କ ବୟାନ ପରଠାରୁ ଏହି ଗୁଜବ ଜୋର ଧରିଥିଲା । ସମାଜବାଦୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବିଜେପି ଟିକା ଲଗାଇବେ ନାହିଁ ବୋଲି କହିବା ପରେ ଆଶୁତୋଶଙ୍କ ବୟାନ ଆସିଥିଲା । ଆଶୁତୋଶ କହିଥିଲେ ଯେ, ସେ ଲଗାଇବାକୁ ମନା କରିବା ଅର୍ଥ ନିଶ୍ଚିତ ଭାବେ ଏହି ଭ୍ୟାକ୍ସିନରେ ଏମିତି କିଛି ଥିବ ଯାହା ଦ୍ୱାରା କ୍ଷତି ହେବ । ମୁଁ ଭାବୁଛି ପରେ ଲୋକ କହିବେ ଯେ, ଜନସଂଖ୍ୟା କମ କରିବାକୁ କିମ୍ବା ଲୋକଙ୍କୁ ମାରିବା ପାଇଁ ଏହି ଟିକା ଦିଆଯାଇଥିଲା । ଟିକା ଆପଣଙ୍କୁ ନପୁଂସକ ମଧ୍ୟ କରିପାରେ ।

Latest Posts

Don't Miss