spot_img

Latest Posts

ଟିକା ନେଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ଡାକ୍ତର

ୱାଶିଂଟନ: କରୋନା ଭାଇରସକୁ ମାତ ଦେବାକୁ ଆମେରିକାରେ ଫାଇଜର ପରେ ମଡର୍ଣ୍ଣା ଟିକାର ଜରୁରୀକାଳିନ ବ୍ୟବହାରକୁ ଅନୁମତି ଦିଆଯାଇଥିଲା। ଏହେଲେ ଏବେ ଏହି ଟିକାକୁ ନେଇ ଲୋକ ଅସୁସ୍ଥ ହେଉଥିବା ଖବର ସାମ୍ନାକୁ ଆସିଛି। ବୋଷ୍ଟନର ଜଣେ ଡାକ୍ତର ଗୁରୁବାର ମଡର୍ଣ୍ଣା ଟିକା ନେଇ ଅସୁସ୍ଥ ହୋଇଛନ୍ତି। ସେ ଏତେ ଗୁରୁତର ହୋଇଥିଲେ ଯେ ତାଙ୍କୁ ଡାକ୍ତଖାନାରେ ଭର୍ତ୍ତି କରିବାକୁ ପଡ଼ିଛି।

ବୋଷ୍ଟନ୍ ମେଡିକାଲ୍ ସେଣ୍ଟରରେ କାମ କରୁଥିବା ଡାକ୍ତର ହୋସେନ୍ ସଦ୍ରଜାଦେ ଗୁରୁବାର ମଡର୍ଣ୍ଣା ଟିକା ନେଇଥିଲେ । ଟିକା ନେବାର କିଛି ସମୟପରେ ତାଙ୍କଠାରେ କିଛି ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ମୁଣ୍ଡ ବୁଲାଇବା, ଦେହସାରା ଫଳିଯିବା ସହ ତାଙ୍କ ହାର୍ଟ ବିଟ୍ ମଧ୍ୟ ବଢ଼ିଯାଇଥିଲା। ଫଳରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ମଡର୍ଣ୍ଣା ଟିକା ନେଇ ଅସୁସ୍ଥ ହେବା ଏହା ପ୍ରଥମ ଘଟଣା। ବୋଷ୍ଟନ ମେଡିକାଲର ମୁଖପାତ୍ର ଡେଭିଡ କିବବେ କହିଛନ୍ତି ଯେ ଡାକ୍ତର ସଦ୍ରଜାଦେ ମଡର୍ଣ୍ଣା ଟିକା ନେବା ପରେ ତାଙ୍କ ଶରୀରରେ ଆଲର୍ଜି ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ତାଙ୍କୁ ତୁରନ୍ତ ଜରୁରୀ କାଳୀନ ବିଭାଗରେ ଭର୍ତ୍ତି କରି ଚିକିତ୍ସା ଯୋଗାଇ ଦିଆଯାଇଥିଲା। ଚିକିତ୍ସା ପରେ ସେ ସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।

Latest Posts

Don't Miss