spot_img

Latest Posts

ଟିକାକରଣ ପାଇଁ ପ୍ରସ୍ତୁତ ଭାରତ: ଆସନ୍ତା ସପ୍ତାହରେ ୪ଟି ରାଜ୍ୟରେ ହେବ ପୂର୍ବାଭ୍ୟାସ

ନୂଆଦିଲ୍ଲୀ: କରୋନା ମହାମାରୀକୁ ମାତ ଦେବାକୁ ପ୍ରସ୍ତୁତ ଭାରତ। ଏଥିପାଇଁ ସାରା ଦେଶରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚଳିତମାସ ୨୮ ଓ ୨୯ରେ ୪ଟି ରାଜ୍ୟରେ କୋଭିଡ୍ ଭାକ୍ସିନର ଡ୍ରାଏ ରନ୍ ବା ପୂର୍ବାଭ୍ୟାସ କରିବାକୁ ନିଷ୍ପତ୍ତି ହୋଇଛି। ଆଶାମ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ପଞ୍ଜାବରେ ଟୀକାକରଣର ପୂର୍ବାଭ୍ୟାସ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

ପ୍ରତି ରାଜ୍ୟର ଦୁଇଟି ଜିଲ୍ଲା ଏବଂ ପ୍ରତି ଜିଲ୍ଲାର ୫ଟି ସ୍ଥାନରେ ୨୮ ଓ ୨୯ ଦୁଇଦିନ ଧରି ଏହି ମକ୍ ଡ୍ରିଲ୍ କରାଯିବ। ଏହି ଅବସରରେ କାହାକୁ ଟିକା ଦିଆଯିବ ନାହିଁ। ଏହି ସମୟରେ ଲୋକଙ୍କ ଡାଟା ନିଆଯାଇ କୋ-ୱିନ୍ ମୋବାଇଲ ଆପରେ ଅପଲୋଡ୍ କରାଯିବ। ଏହାଦ୍ୱାରା ଭାକ୍ସିନ ପ୍ରସ୍ତୁତିରେ ଯଦି କୌଣସି ବିଷୟକୁ ଗୁରୁତ୍ୱ ଦିଆଯାଇ ନଥାଏ ତେବେ ତାର ସୁଧାର କରାଯିବ ବୋଲି କୁହାଯାଇଛି।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ଏହି ପୂର୍ବାଭ୍ୟାସ କାର୍ଯ୍ୟକ୍ରମରେ ଟିକା ଯୋଗାଣ, ଅନୁସନ୍ଧାନ ରସିଦ ଏବଂ ଆବଣ୍ଟନ, ଟିକାକରଣ ଦଳରେ ସଦସ୍ୟଙ୍କ ନିୟୋଜନ, ହିତାଧିକାରୀଙ୍କ ସହ ଟିକା ସାଇଟରେ ସ୍କ୍ରିନିଂ, ରିପୋର୍ଟ ଏବଂ କୋ-ୱିନ ଆପରେ ଆବଶ୍ୟକ ତଥ୍ୟ ସବୁ ଦିଆଯିବା ସହ ସନ୍ଧ୍ୟାରେ ବୈଠକ ଆଦି ହେବ। ମନ୍ତ୍ରଣାଳୟ କହିଛି ଯେ ଏହା ଅଧୀନରେ କୋଭିଡ୍-19 ଟିକାର ରେଫ୍ରିଜରେଜେସନ୍ ଷ୍ଟୋର୍, ଏହାର ପରିବହନ ବ୍ୟବସ୍ଥା, ଟିକା ସ୍ଥଳରେ ଭିଡ଼ ପରିଚାଳନା, ପରସ୍ପର ମଧ୍ୟରେ ଦୂରତା ବ୍ୟବସ୍ଥା ଇତ୍ୟାଦି ମଧ୍ୟ ପରୀକ୍ଷା କରାଯିବ।

Latest Posts

Don't Miss