ଫିକା ପଡ଼ିବ ବଡ଼ ଦିନ ଓ ନୂଆ ବର୍ଷ ପାଳନ: କାଲିଠୁ ନାଇଟ୍ କର୍ଫ୍ୟୁ
ବେଙ୍ଗାଲୁରୁ: ବଢିଲା ବିଦେଶୀ ଭୂତାଣୁ ଭୟ , ଫେରିଲା ନାଇଟ୍ କର୍ଫ୍ୟୁ । ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ ଲାଗୁ ହୋଇଛି ରାତ୍ରକାଳୀନ କଟକଣା । ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା । ଗୁରୁବାରଠାରୁ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ ହେବ । ରାତି ୧୦ରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ । ଆଗକୁ ବଡଦିନ ଓ ନୂଆ ବର୍ଷ ଆସୁଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ସରକାର । ଏହି ସମୟରେ କୌଣସି ବି ଲୋକ ଘରୁ ନ ବାହାରିବା ପାଇଁ ଅପିଲ କରିଛନ୍ତି ସରକାର । ବ୍ରିଟେନରେ ଦେଖାଦେଇଥିବା ନୂଆ କରୋନା ଭୂତାଣକୁ ଆଖି ଆଗରେ ରଖି କଟକଣା ଜାରି କରିଛନ୍ତି କେନ୍ଦ୍ର ସରକାର । ବ୍ରିଟେନ୍, ଡେନମାର୍କ ଓ ନେଦରଲ୍ୟାଣ୍ଡରୁ ଆସିଥିବା ଲୋକେ 14 ଦିନିଆ ବାଧ୍ୟତାମୂଳକ କ୍ବାରେଣ୍ଟାଇନ୍ ରହିବା ପାଇଁ ପରାମର୍ଶ ଦିଆଯାଇଛି ।