କିରାଣି-GST ଅଫିସର୍‌ ପରେ ଏବେ ଅଙ୍ଗନଓ୍ୱାଡ଼ି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

1 min read

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କୋଟିପତି କିରାଣି । ଆର ଆଣ୍ଡ ବି ଡିଭିଜନ-୧ର ବରିଷ୍ଠ କିରାଣି ଅସିତ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ । ପୁଳା ପୁଳା ସୁନାଗହଣା ସହ ଲକ୍ଷାଧିକ ଟଙ୍କା ଜବତ । ନଗଦ ୧୦ଲକ୍ଷ ଟଙ୍କା, ୩୮୦ ଗ୍ରାମ ସୁନା ଓ ୨୯୦ଗ୍ରାମ୍ ରୂପା ଠାବ ହୋଇଥିବା ସୂଚନା ମିଳିଛି । ଅସିତଙ୍କ ଘରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ । ଅସିତ ନାୟକଙ୍କ ଜଟଣୀସ୍ଥିତ ଫ୍ଲାଟ ସହ ସୁନ୍ଦରପଦା ଫ୍ଲାଟ୍, ଡୁମଡୁମାରେ ୩ ମହଲା ବିଶିଷ୍ଟ ଅଟାଳିକାରେ ଚଢଉ କରିଛି ଭିଜିଲାନ୍ସ । ଅସିତଙ୍କ ନିଜ ଘର ବ୍ରହ୍ମପୁରରେ ମଧ୍ୟ ଚଢଉ କରିବା ସହ ଅଫିସରେ ମଧ୍ୟ ପଡ଼ିଛି ରେଡ୍‌ । ଭୁବନେଶ୍ୱର ଭିଜିଲାନ୍ସ ଶାଖା ପକ୍ଷରୁ ଏହି ଚଢ଼ଉ କରାଯାଇଛି ।

ସେହିଭଳି ଜଣେ ଅଙ୍ଗନୱାଡି କର୍ମୀଙ୍କ ଘରେ ମଧ୍ୟ ଭିଜିଲାନ୍ସ ରେଡ୍‌ ପକାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ ନମ୍ବର ୱାର୍ଡର ଅଙ୍ଗନୱାଡି କର୍ମୀ ନମିତା ଦଳାଇଙ୍କ ଘରେ ଭିଜିଲାନ୍ସ ଚଢଉ ହୋଇଛି । ଏକ କାଳିନ ୭ଟି ସ୍ଥାନରେ ୭ଟି ଟିମ ଚଢଉ କରୁଥିବା ସୁଚନା ମିଳିଛି । ବ୍ରହ୍ମପୁର ଲକ୍ଷ୍ମୀନୃସିଂହ ସାହି ପ୍ରଥମ ଗଳିରେ ଥିବା ବାସଭବନ, ଗଣେଶ ନଗରର ୪ ନମ୍ବର ଗଳିରେ ଥିବା କୋଠା, ଭୁବନେଶ୍ୱର ସୁନ୍ଦରପଦା ସମେତ ଦୁଇଟି ସ୍ଥାନରେ ଥିବା ବଡ ବଡ ଅଟାଳିକା, ଅଫିସ କାର୍ଯ୍ୟାଳୟ ଓ ସମ୍ପର୍କୀୟଙ୍କ ଘର ଉପରେ ଏକ କାଳୀନ ଚଢଉ ଚାଲିଥିବା ବ୍ରହ୍ମପୁର ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି ।

ଅନ୍ୟପଟେ ମଙ୍ଗଳବାର ରାଉରକେଲାର ଜିଏସ୍‌ଟି ଅଫିସର ଅଲେଖ ମହାନନ୍ଦଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରିଥିଲା । ଆୟ ବର୍ହିଭୁତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସର ଚଢ଼ଉ । ଛେଣ୍ଡ କଲୋନୀ ବାସଭବନରେ ଭିଜିଲାନ୍ସ ଚଢ଼ଉ କରିଥିଲା । ଲକ୍ଷେ ୨୨ହଜାର ଟଙ୍କା ନଗଦ ଠାବ ହୋଇଥିବା ଭିଜିଲାନ୍ସ ସୂଚନା ଦେଇଛି । ମଙ୍ଗସପୁର, ଚକ୍ରପୁର, ହେମଗିରି ଓ ଅଫିସରେ ଭିଜିଲାନ୍ସ ଚଢଉ କରିଛି ।

Leave a Reply