spot_img

Latest Posts

ଆମେରିକାର ଶୀର୍ଷ ସମ୍ମାନରେ ସମ୍ମାନିତ ହେଲେ ମୋଦି

ୱାଶିଂଟନ୍: ଆମେରିକାରେ ସମ୍ମାନିତ ହେଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେରିକାର ସମ୍ମାନଜନ ‘ଲେଜିଅନ ଅଫ ମେରିଟ୍‌’ ପୁରସ୍କାରରେ ମୋଦିଙ୍କୁ ସମ୍ମାନିତ କରାଯାଇଛି। ସୋମବାର ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ତରଫରୁ ଭାରତୀୟ ରାଷ୍ଟ୍ରଦୂତ ତାରନଜିତ ସିଂହ ସାନ୍ଧୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ’ବ୍ରିଏନ୍ ହ୍ୱାଇଟ ହାଉସ୍‌ରେ ତାଙ୍କୁ ଏହି ପୁରସ୍କାର ହସ୍ତାନ୍ତର କରିଛନ୍ତି। ଓ’ବ୍ରିଏନ୍ ଟ୍ୱିଟ୍ କରିଛନ୍ତି, “ଆମେରିକା-ଭାରତ ରଣନୀତିକ ଭାଗିଦାରୀକୁ ସୁଦୃଢ଼ କରିବାରେ ମୋଦୀଙ୍କ ନେତୃତ୍ୱ ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଲେଜିଅନ ଅଫ୍ ମେରିଟ୍’ ସମ୍ମାନ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ତରଫରୁ ରାଷ୍ଟ୍ରଦୂତ ସାନ୍ଧୁ ତାରଞ୍ଜଜିତ୍ ପଦକ ଗ୍ରହଣ କରିଛନ୍ତି।”

ସୂଚନାଯୋଗ୍ୟ ଗୋଟିଏ ଦେଶ ବା ସରକାରର ମୁଖ୍ୟଙ୍କୁ ଦିଆଯାଉଥିବା ଆମେରିକାର ସବୁଠାରୁ ଶୀର୍ଷ ଓ ସମ୍ମାନଜନକ ପୁରସ୍କାର ହେଉଛି ‘ଲେଜିଅନ୍ ଅଫ୍ ମେରିଟ୍’। ମୋଦିଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଓ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ମଧ୍ୟ ଟ୍ରମ୍ପ ‘ଲେଜିଅନ ଅଫ୍ ମେରିଟ୍‌’ ସମ୍ମାନରେ ସମ୍ମାନିତ କରିଛନ୍ତି।

 

Latest Posts

Don't Miss