spot_img

Latest Posts

ଦକ୍ଷେଶ୍ୱର ମନ୍ଦିରରୁ ୨୧ ମୂର୍ତ୍ତି ଚୋରି ଅଭିଯୋଗ

ବାଣପୁର: ବାଣପୁରର ଦକ୍ଷେଶ୍ୱର ମନ୍ଦିରରୁ ବଡଧରଣର ଚୋରି ଅଭିଯୋଗ ହୋଇଛି। ଏପରିକି ମାଆ ଭଗବତୀ ମନ୍ଦିର ନିକଟରେ ଥିବା ଶ୍ରୀ ଦକ୍ଷେଶ୍ୱର ମନ୍ଦିରରୁ ୨୧ଟି ମୂର୍ତ୍ତି ଚୋରି ହୋଇଛି।

ମନ୍ଦିରର ମୁଖ୍ୟ କବାଟ ସହିତ ଗର୍ଭଗୃହର ତାଲା ଭାଙ୍ଗି ଅଷ୍ଟଧାତୁରେ ନିର୍ମିତ ମୂର୍ତ୍ତି ଚୋରି କରିନେଇଛନ୍ତି ଦୁବୃର୍ତ୍ତ । ଅଭିଯୋଗ ଅନୁସାରେ ଆଜି ସକାଳ ୫ଟା ୪୫ ମିନିଟରେ ପୂଜକ ମନ୍ଦିର ମଧ୍ୟରେ ପ୍ରବେଶ କଲାବେଳେ ମୁଖ୍ୟ କବାଟ ତାଲା ଭାଙ୍ଗିଥିବା ଦେଖିବାକୁ ପାଇଥିଲେ। ମନ୍ଦିରର ମୋଟ ୩୧ଟି ମୂର୍ତ୍ତି ମଧ୍ୟରୁ ୨୧ଟି ମୂର୍ତ୍ତି ଚୋରି ହୋଇଥିବା ପୂଜକ ଜାଣିବାକୁ ପାଇଥିଲେ।

ମା କନକଦୁର୍ଗା, ଗୋପୀନାଥ ଦେବ, କଳିଯୁଗେଶ୍ୱର ଦେବ ଏବଂ ଚନ୍ଦ୍ରଶେଖର ଦେବ ଆଦି ପ୍ରମୁଖ ଦେବାଦେବୀଙ୍କ ମୂର୍ତ୍ତି ଚୋରି ହୋଇଥିବା ଜଣାପଡିଛି । ଖବର ପାଇ ଦେବୋତ୍ତର ବିଭାଗ ଓ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Latest Posts

Don't Miss