ବୋଲେରୋକୁ ସାମ୍ନାପଟୁ ଧକ୍କା ଦେଲା ଟ୍ରକ୍‌, ସ୍ୱାମୀ-ସ୍ତ୍ରୀ ମୃତ ୫ ଗୁରୁତର

ନୂଆପଡ଼ା: ୩୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ନୂଆପଡ଼ା ବିଲେଞ୍ଜର ଗାଁ ଛକ ଠାରେ ବୋଲେରୋକୁ ଧକ୍କା ଦେଲା ଟ୍ରକ୍‌ । ଦୁର୍ଘଟଣାରେ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି । ଝିଅ ଓ ନାତୁଣୀଙ୍କ ସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଗୁରୁତର ମାନଙ୍କୁ ରାୟପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି । ମୃତକମାନେ ହେଲେ ଗଜେନ୍ଦ୍ର ଦଣ୍ଡସେନା ଓ ସୁଦେଷ୍ଣା ଦଣ୍ଡସେନା। ସେହିପରି ଗୁରୁତର ଆହତମାନେ ହେଲେ ଦୁଲ୍ଲଭି ଦଣ୍ଡସେନା, ଜୟ ପ୍ରକାଶ ଗହୀର, ଲୀଲାବତି ବାଗ, ଗିରିଧାରୀ ବାଗ ଓ ରିଦ୍ଧି ପାତ୍ର ।

ତରବୋଡ଼ ଗାଁ ର ଗଜେନ୍ଦ୍ର ଦଣ୍ଡସେନା ଓ ତାଙ୍କ ସ୍ତ୍ରୀ ସୁଦେଶନା ଦଣ୍ଡସେନା ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡାକୁ ବୋଲେରୋ ଗାଡ଼ିରେ ଯାଇ କାମ ସରିବା ପରେ ନିଜ ଘର ତରବୋଡ଼କୁ ଫେରୁଥିଲେ । ରାତି ପ୍ରାୟ ୧୨ ଟା ସମୟରେ ବିଲେଞ୍ଜର ଠାରେ ସାମ୍ନାପଟୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା । ସ୍ୱାମୀ ସ୍ତ୍ରୀ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ସାଙ୍ଗରେ ଥିବା ଝିଅ ଓ ନାତୁଣୀ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଘଟଣାସ୍ଥଳରୁ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଛି ।

Leave a Reply