ବିଜୟ ଦିବସରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ; ମଶାଲ ପ୍ରଜ୍ୱଳିତ
1 min readନୂଆଦିଲ୍ଲୀ: ୧୯୭୧ ମସିହା ଆଜିର ଦିନରେ ଭାରତ ଆଗରେ ହାର ମାନିଥିଲା ପାକିସ୍ତାନ । ଆଉ ଭାରତୀୟ ସେନାବାହିନୀର ଏହି ବିଜୟକୁ ମନେ ପକାଇବା ପାଇଁ ପ୍ରତିବର୍ଷ ପାଳିତ ହେଉଛି ‘ବିଜୟ ଦିବସ’ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୀର ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଆଜି ଏହି ଘଟଣାକୁ ୫୦ ବର୍ଷ ହେଉଥିବା ବେଳେ ନୂଆଦିଲ୍ଲୀର ନ୍ୟାସନାଲ୍ ଓ୍ୱାର୍ ମେମୋରିଆଲରେ ‘ସ୍ୱର୍ଣ୍ଣିମ ବିଜୟ ମଶାଲ’ କାର୍ଯ୍ୟକ୍ରମ ଆୟାଜିତ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଶାଲ ପ୍ରଜ୍ୱଳିତ କରିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ‘ସ୍ୱର୍ଣ୍ଣିମ ବିଜୟ ବର୍ଷ’ ଲୋଗୋ ଲୋକାର୍ପଣ କରିଛନ୍ତି ।
On Vijay Diwas we recall the unwavering courage of our armed forces that resulted in a decisive victory for our nation in the 1971 war. On this special Vijay Diwas, had the honour of lighting the ‘Swarnim Vijay Mashaal’ at the National War Memorial. pic.twitter.com/ERHoWF6GxF
— Narendra Modi (@narendramodi) December 16, 2020
୧୯୭୧ ମସିହାରେ ହୋଇଥିବା ଭାରତ-ପାକ୍ ଯୁଦ୍ଧ ପ୍ରାୟ ୧୩ ଦିନ ଧରି ଚାଲିଥିଲା ବେଳେ ଡିସେମ୍ବର ୧୬ରେ ଶେଷ ହୋଇଥିଲା। ପାକିସ୍ତାନର ଆର୍ମି ଜେନେରାଲ ଅମୀର ଅବଦୁଲ୍ଲା ଖାନ୍ ନିଆଜୀ ତାଙ୍କର ୯୩,୦୦୦ ପାକିସ୍ତାନୀ ସେନା ସହିତ ଭାରତୀୟ ସେନା ଓ ମୁକ୍ତି ବାହିନୀ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ। ବାଂଲାଦେଶ ମଧ୍ୟ ଏହି ଦିନକୁ ସ୍ୱାଧୀନତା ଦିବସ ତଥା ବିଜୟ ଦିବସ ଭାବେ ପାଳନ କରିଥାଏ ।
ଏହି ଦିନ ଦେଶବାସୀ ଭାରତ ଏବଂ ବାଂଲାଦେଶର ବୀର ଯବାନଙ୍କୁ ମନେପକାଇବା ସହ ଓ ଯୁଦ୍ଧରେ ପ୍ରାଣବଳୀ ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥାନ୍ତି।
ତତ୍କାଳୀନ ପୂର୍ବ ପାକିସ୍ତାନର ଲୋକଙ୍କ ପ୍ରତି ଅସଦାଚରଣ ଓ ଦୁର୍ବ୍ୟବହାରର ପ୍ରତିବାଦରେ ବାଂଲାଦେଶର ମୁକ୍ତି ସଂଗ୍ରାମ ଦ୍ୱାରା ମୁକ୍ତି ଯୁଦ୍ଧ ପାଇଁ ସଂଘର୍ଷ ଆରମ୍ଭ ହୋଇଥିଲା । ଯାହାକୁ ତତ୍କାଳୀନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ବାଂଲାଦେଶର ମୁକ୍ତି ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଥିଲେ।