ସରକାରଙ୍କ ତରଫରୁ ଚାଷୀଙ୍କୁ ଦିଆଯିବ ଲିଖିତ ବାର୍ତ୍ତା
ନୂଆଦିଲ୍ଲୀ: ବୁଝୁ ନାହାଁନ୍ତି ଚାଷୀ ମନାଉଛନ୍ତି ସରକାର । ଏଥିପାଇଁ ଚାଲିଛି ଘନ ଘନ ବୈଠକ । ଏହାକୁ ନେଇ ଆଜି ବସିବନି ଚାଷୀ ଓ ସରକାରଙ୍କ ମଧ୍ୟରେ ବୈଠକ । ଗତକାଲି ଶାହାଙ୍କ ବାସଭବନରେ ୨ଘଣ୍ଟାର ବୈଠକ ପରେ ଏହି ସୂଚନା ଦେଇଛନ୍ତି କୃଷକ ନେତା । ଆଜି ସରକାରଙ୍କ ତରଫରୁ ଚାଷୀଙ୍କ ପାଇଁ ଏକ ଲିଖିତ ବାର୍ତ୍ତା ପ୍ରଦାନ କରାଯିବ । ଏହାକୁ ସିନ୍ଧୁ ବର୍ଡର ନିକଟରେ ଚାଷୀମାନେ ଆଲୋଚନା କରିବେ ।
ଗତକାଲି ରାତିରେ ୨ଘଣ୍ଟା ଧରି ଧରି ୧୩ଜଣ କୃଷକ ନେତାଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେପଟେ କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ୧୪ ଦିନରେ ପହଞ୍ଚିଛି । ଜିଦ୍ରେ ଅଟଳ ଚାଷୀ ଶୀତକାକରରେ ଧାରଣାରେ ବସିରହିଛନ୍ତି ହଜାର ହଜାର ଚାଷୀ ।