spot_img

Latest Posts

‘କୋଭାକ୍ସିନ’ର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଲା ଭାରତ ବାୟୋଟେକ୍

ନୂଆଦିଲ୍ଲୀ: କରୋନା ଟିକା ‘କୋଭାକ୍ସିନ’ର ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ)କୁ ଅନୁମତି ମାଗିଛି ଭାରତ ବାୟୋଟେକ୍ । ଏଥିସହିତ ଭାରତ ବୟୋଟେକ୍ ଦେଶରେ କରୋନା ଭ୍ୟାକସିନର ଟ୍ରାଏଲ୍ କରୁଥିବା ୩ୟ କମ୍ପାନୀ ।

ସ୍ୱଦେଶୀ ଟିକା ପରୀକ୍ଷାରେ ଭାରତ ବାୟୋଟେକ୍ ପ୍ରଥମ କମ୍ପାନୀ ହୋଇପାରିଛି । ଏହା ପୂର୍ବରୁ ଫାଇଜର ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ସ୍ୱଦେଶୀ କୋଭିଡ୍ -୧୯ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇର ଅନୁମୋଦନ ଲୋଡିଥିଲା ​ ।

ତେବେ ଫାଇଜର, ସେରମ୍ ଇନଷ୍ଟିଚ୍ୟୁଟ୍, ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କୋଭିଡ୍-୧୯ ଟିକାର ଜରୁରୀକାଳୀନ ବ୍ୟବହାର ନେଇ ଅନୁମୋଦନ ଉପରେ CDSCO ବୁଧବାର ଦିନ ବିଚାର କରିବ ବୋଲି ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ କୋଭିଶିଲ୍ଡ ଟିକାକରଣର ଜରୁରୀକାଳୀନ ବ୍ୟବହାର ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆରୁ ଅନୁମୋଦନ ଲୋଡିଥିଲା। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର୍) ଓ ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) ମିଳିତ ଭାବେ କୋଭିଶିଲ୍ଡର ଉତ୍ପାଦନ କରୁଛନ୍ତି ।

ସେହିପରି ବିଦେଶୀ ଫାର୍ମା କମ୍ପାନୀ ଫାଇଜରର ଭାରତୀୟ ୟୁନିଟ୍ ଏହାର କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଡ୍ରଗରୁ ଅନୁମତି ମାଗିଥିଲା। ବ୍ରିଟେନ ଏବଂ ବାହାରେନରେ ଜରୁରୀକାଳୀନ ବ୍ୟବହାର ପାଇଁ ଫାଇଜର ଟିକାକୁ ଅନୁମୋଦନ କରାଯାଇଛି।

Latest Posts

Don't Miss