ଗେମ୍ ନ ଖେଳିବାକୁ ଆକଟ କରିବାରୁ ନବମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା
1 min read
ଆନନ୍ଦପୁର: ଅନଲାଇନ୍ ଗେମ୍ ଫ୍ରି-ଫାୟାର ଖେଳିବା ପାଇଁ ଆତ୍ମହତ୍ୟା । ଘସିପୁରା ଥାନା ଇନ୍ଦୁପୁରା ଗାଁରେ ଜଣେ ନବମ ଶ୍ରେଣୀ ଛାତ୍ର ଗେମ୍ ପାଇଁ ଆତ୍ମହତ୍ୟା କରିଛନ୍ତି । ମୃତକ ଆନନ୍ଦପୁର ଆର୍ଦଶ ବିଦ୍ଯାଳୟର ନବମ ଶ୍ରେଣୀ ଛାତ୍ର ସୋମ୍ୟ ରଞ୍ଜନ ଜେନା । ମୋବାଇଲରେ ଫ୍ରି-ଫାୟାର ଗେମ୍ ଖେଳିବକୁ ମାଆଙ୍କୁ ମୋବାଇଲ୍ ମାଗିଥିଲା ସୌମ୍ୟ ।
ହେଲେ ଗତ ୨ଦିନ ଧରି ବିଦ୍ଯାଳୟର ପରୀକ୍ଷା ଚାଲିଥିବାରୁ ମାଆ ମୋବାଇଲ୍ ଦେବାକୁ ମନା କରି ଦେଇଥିଲେ । ଏତିକିରେ ସୋମ୍ଯ ରାଗିଯାଇ ଛାତ ଉପରେ ବେକରେ ରଶି ଲଗାଇ ଦେଇଥିଲା । କିଛି ସମୟ ପରେ ଛାତ ଉପରକୁ ଯାଇଥିବା ଭଉଣୀ ସୌମ୍ୟକୁ ଝୁଲନ୍ତା ଦେଖି ପରିବାରକୁ ଜଣାଇଥିଲେ ।
ପରିବାର ଲୋକେ ଛାତ ଉପରୁ ସୌମ୍ୟକୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନା ନେଇଥିଲେ । ମେଡିକାଲରେ ଡାକ୍ତର ସୌମ୍ୟକୁ ମୃତ ଘୋଷଣା କରିଛନ୍ତି ।