ନବମ ଶ୍ରେଣୀ ଛାତ୍ରୀଙ୍କୁ ଦେଢ଼ ମାସ ଧରି ଦୁଷ୍କର୍ମ

ଜୟପୁର : ରାଜସ୍ଥାନର ଜୟପୁର ଅଞ୍ଚଳରେ ଜଣେ ୧୫ ବର୍ଷ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଥରେ ନୁହେଁ ଦୀର୍ଘ ଦେଢ଼ ମାସ ଧରି ନାବାଳିକାଙ୍କ ସହ ଦୁଷ୍କର୍ମ ହେଉଥିବା କୁହାଯାଇଛି । ଘଟଣାଟି ଜାଣିବା ପରେ ପୀଡ଼ିତାଙ୍କ ବାପା ସୋମବାର ରାତିରେ କରଧନୀ ଥାନାରେ ଅଭିଯୋଗ କରିଥିଲେ ।

ସୂଚନା ଅନୁସାରେ ନାବାଳିକା ଜଣକ ନବମ ଶ୍ରେଣୀର ଛାତ୍ରୀ । ଗତ ସୋମବାର ସେ ସ୍କୁଲ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ । ଏନେଇ ପରିବାର ସଦସ୍ୟ ଚିନ୍ତିତ ଥିଲେ । ତେଣୁ ନାବାଳିକାଙ୍କ ବାପା ଝିଅର ସ୍କୁଲ ଯାଇ ପଚରାଉଚରା କରିଥିଲେ । ଏହାର କିଛି କ୍ଷଣ ପରେ ଝିଅ ଘରକୁ ଫେରିଆସିଥିବା ଖବର ପାଇଥିଲେ ।  ଝିଅ ଘରକୁ ଫେରିବା ପରେ ସେ ସ୍କୁଲ ପୋଷାକରେ ନଥାଇ ଅନ୍ୟ ପୋଷାକ ପିନ୍ଧି ଥିବାର ଦେଖିଲେ । ଝିଅକୁ ପଚରାଉଚରା କରିବା ପରେ ସବୁ ସତ ଜଣାପଡ଼ିଥିଲା । ସ୍କୁଲ ସରିବା ପରେ ଦୀପକ ନାମକ ଜଣେ ଯୁବକ ତାକୁ ସ୍କୁଲରୁ ଜୟପୁରର ମାନସରୋବରଠାରେ ଦୁଷ୍କର୍ମ କରିଥିବା ବୋଲି ସେ କହିଥିଲା ।

ଦେଢ଼ ମାସ ଯାଏ ହେଉଥିଲା ଦୁଷ୍କର୍ମ :

କେବଳ ସୋମବାର ନୁହଁ ପାଖାପାଖି ଦୁଇ ମାସ ହେବ ଦୀପକ ଏଭଳି ଦୁଷ୍କର୍ମ କରୁଥିବା ପୀଡ଼ିତା ଜଣକ କହିଛନ୍ତି । ସ୍କୁଲ ସରିବା ପରେ ଦୀପକ ପୀଡ଼ିତାଙ୍କୁ ଜୋର ଜବରଦସ୍ତ ନିଜ ସାଙ୍ଗରେ ନେଇ ଯାଉଥିଲା । ମନା କରିବାରୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଯୋଗୁଁ ପୀଡ଼ିତା ଜଣକ ନିଜ ପରିବାରକୁ ଏ ବିଷୟରେ କହିବାକୁ ଡରୁଥିଲେ । ଏହି ଘଟଣା ପରେ ପରିବାର ସଦସ୍ୟ କରଧନୀ ଥାନାରେ ଦୀପକ ନାଁରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଦୀପକକୁ ଖୋଜାଖୋଜି କରୁଥିବା ବେଳେ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କରଧନୀ ପୋଲିସ ସୂଚନା ଦେଇଛି ।

 

 

 

Leave a Reply