୯୯ ଦେଶର ନାଗରିକଙ୍କ ପାଇଁ ଆଉ ଲୋଡ଼ାନାହିଁ କ୍ୱାରେଣ୍ଟାଇନ: କଟକଣା କୋହଳ କଲା ଭାରତ
1 min readଭାରତକୁ ଆସୁଥିବା ଲୋକଙ୍କ ପାଇଁ କ୍ୱାରେଣ୍ଟାଇନ ଉପରେ ହଟିଲା କଟକଣା । ବିନା କ୍ୱାରେଣ୍ଟାଇନରେ ଭାରତକୁ ପ୍ରବେଶ ନିଷେଧ ଥିଲା । ମାତ୍ର ଏବେ କ୍ୱାରେଣ୍ଟାଇନରେ ରହିବେନି ଆଗମନକାରୀ । ବର୍ତ୍ତମାନ ୯୯ ଟି ଦେଶକୁ ମିଳିଛି ଏହି ମଞ୍ଜୁରୀ । ଏହି ୯୯ ଟି ଦେଶ ମଧ୍ୟରେ ଆମେରିକା, ୟୁଏଇ, ୟୁକେ, କୋତାର, ଫ୍ରାନ୍ସ ଏବଂ ଜର୍ମାନୀ ମଧ୍ୟ ଅନ୍ତର୍ଭୁକ୍ତ ।
As India opened its doors to fully vaccinated international tourist from all over the world beginning Monday (November 15), Indiatourism Mumbai accorded warm welcome the first set of International tourists who landed at Mumbai International Airport by Air France flight AF218 pic.twitter.com/U69Ts8dMy1
— Indiatourism Mumbai (@IndiatourismM) November 15, 2021
ସମ୍ପୂର୍ଣ୍ଣ ଟିକାକରଣ ହୋଇଥିବା ଲୋକେ କେବଳ ଭାରତ ଆସିପାରିବେ । ଭାରତ ଆଗମନକାରୀଙ୍କୁ ୭୨ ଘଣ୍ଟାର କୋଭିଡ ନେଗେଟିଭ୍ ରିପୋର୍ଟ ଦେଖେଇବାକୁ ହେବ । ଏଥିସହ ବିଭାଗ(କ)ରେ ଥିବା ଏହି ୯୯ଦେଶର ନାଗରିକଙ୍କୁ ନିଜର ସମ୍ପୂର୍ଣ୍ଣ ଟିକାକରଣ ରିପୋର୍ଟ ‘ଏୟାର ସୁବିଧା’ ପୋର୍ଟାଲରେ ଅପଲୋଡ କରିବାକୁ ପଡ଼ିବ । କେବଳ WHO ସ୍ୱୀକୃତିପ୍ରାପ୍ତ ଭ୍ୟାକ୍ସିନ ହିଁ ଭାରତ ଗ୍ରହଣ କରିବ । ଅର୍ଥାତ୍ ଯେଉଁ ବ୍ୟକ୍ତିଙ୍କ ପାଖରେ WHO ସ୍ୱୀକୃତିପ୍ରାପ୍ତ ଭ୍ୟାକ୍ସିନ ପ୍ରମାଣପତ୍ର ଥିବ କେବଳ ସେ ହିଁ ଭାରତକୁ ବିନା କ୍ୱାରେଣ୍ଟାଇନରେ ପ୍ରବେଶ କରିପାରିବେ ।