ଝାରସୁଗୁଡା ସବ୍ଜେଲରେ ପଶିଲା କରୋନା, ୬୮ଜଣ କଏଦୀ କରୋନା ପଜିଟିଭ୍ ଚିହ୍ନଟ
1 min read
ଝାରସୁଗୁଡା ସବ୍ଜେଲରେ ପଶିଲା କରୋନା । ୬୮ଜଣ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉପ-କାରାଗାରରେ ୨୮୦ ଜଣ ଅନ୍ତେବାସୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୬୮ଜଣ କରୋନା ଆକ୍ରାନ୍ତ ହୋଇଥିବା ଝାରସୁଗୁଡା ଉପ- କାରଗାର ଅଧୀକ୍ଷକ ଦେବେନ୍ଦ୍ର ଥାଟି କହିଛନ୍ତି । କରୋନା ଆକ୍ରାନ୍ତ ହୋଇଥିବା କଏଦୀଙ୍କ ପାଇଁ ଜେଲ ଭିତରେ ସ୍ୱତନ୍ତ୍ର ଆଇସୋଲେସନ ବ୍ୟବସ୍ଥା କରାଯାଇଛି ।
ଦୁଇଟି ସେଲ୍ରେ ୫୦ ଜଣ ଲେଖାଏ ଆଇସୋଲେସନରେ ଅଛନ୍ତି । ଜଣଙ୍କ ଶରୀର ଖୁବ୍ ଖରାପ ହୋଇପଡ଼ିବାରୁ ତାଙ୍କୁ ଝାରସୁଗୁଡା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଜଣାପଡିଛି । ଆଜି ଝାରସୁଗୁଡା ଜିଲ୍ଲାରୁ ୩୨୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।