spot_img

Latest Posts

୯୪ତମ ଓସ୍କାର ଆଓ୍ବାର୍ଡରେ କାହାକୁ ମିଳିଲା କେଉଁ ଆୱାର୍ଡ ? ଜାଣନ୍ତୁ

ନୂଆଦିଲ୍ଲୀ: ୯୪ତମ ଓସ୍କାର ଆଓ୍ବାର୍ଡରେ ଡ୍ୟୁନ ଚଳଚ୍ଚିତ୍ରର ବାଜିମାତ୍ । ଲାଭ କରିଛି ୬ଟି ଟ୍ରଫି । ଶ୍ରେଷ୍ଠ ଭିଜୁଆଲ ଇଫେକ୍ଟ, ଶ୍ରେଷ୍ଠ ସାଉଣ୍ଡ, ଶ୍ରେଷ୍ଠ ପ୍ରଡକସନ ଡିଜାଇନ, ଶ୍ରେଷ୍ଠ ଏଡିଟିଂ, ଶ୍ରେଷ୍ଠ ସିନେମାଟୋଗ୍ରାଫି ଓ ଅରିଜିନାଲ ସ୍କୋର୍ ଲାଗି ଡ୍ୟୁନ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି । ଏହି ଚଳଚ୍ଚିତ୍ରରେ ଶ୍ରେଷ୍ଠ ସିନେମାଟୋଗ୍ରାଫି ଲାଗି ଗ୍ରେଗ ଫ୍ରେଜର, ଶ୍ରେଷ୍ଠ ପ୍ରଡକସନ ଡିଜାଇନ ଲାଗି ପାଟ୍ରିସ ଭର୍ମେଟ, ଶ୍ରେଷ୍ଠ ଏଡିଟିଂ ଲାଗି ଜୋ ଓ୍ବାକର, ଶ୍ରେଷ୍ଠ ସାଉଣ୍ଡ ଲାଗି ହାନ୍ସ ଜିମ୍ମରଙ୍କୁ ମିଳିଛି ପୁରସ୍କାରଶ୍ରେଷ୍ଠ ବୃତ୍ତଚିତ୍ର ଭାବେ ଦି କ୍ୟୁଇନ୍ସ ଅଫ ବାସ୍କେଟବଲକୁ ମିଳିଛି ପୁରସ୍କାର ।

ଶ୍ରେଷ୍ଠ ସହାୟିକା ଭୂମିକା ଲାଗି ଆରିଆନ ଡେବୋସ, ଶ୍ରେଷ୍ଠ ସହାୟକ ଭୂମିକା ଲାଗି କୋଡା ଚଳଚ୍ଚିତ୍ରର ଅଭିନେତା ଟ୍ରୟ କୋଟସରଙ୍କୁ ମିଳିଛି ଓସ୍କାର ଆଓ୍ବାର୍ଡ । ଶ୍ରେଷ୍ଠ ଆନିମେସନ ଫିଚର ଫିଲ୍ମ ଭାବେ ପୁରସ୍କାର ଲାଭ କରିଛି ଏନକାଣ୍ଟୋ । ଶ୍ରେଷ୍ଠ ଆନିମେଟେଡ ସର୍ଟ ଫିଲ୍ମ ଭାବେ ଦ ଉଇଣ୍ଡସିଲଡ ଓ୍ବାଇପର ଓସ୍କାର ପୁରସ୍କାର ଲାଭ କରିଛି । ଶ୍ରେଷ୍ଠ ମେକଅପ ଓ ହେୟାରଷ୍ଟାଇଲ ଲାଗି ଦ ଆଇଜ୍ ଅଫ ଟାମି ଫାୟେ ଚଳଚ୍ଚିତ୍ରର ଲିଣ୍ଡା ଡାଓଡସଙ୍କୁ ମିଳିଛି ପୁରସ୍କାର ।

ଏହାସହ ଶ୍ରେଷ୍ଠ ଲାଇଭ ଆକ୍ସନ ସର୍ଟ ଫିଲ୍ମ ଲାଗି ଦ ଲଙ୍ଗ ଗୁଡବାୟର ଅଭିନେତା ଓ ଅଭିନେତ୍ରୀ ଆନିଲ କାରିଆ ଓ ରିଜ ଅହମ୍ମଦଙ୍କୁ ଏହି ପୁରସ୍କାର ମିଳିଛି । ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ ଭାବେ ପୁରସ୍କାର ଲାଭ କରିଛି ଜାପାନୀ ଫିଲ୍ମ ଡ୍ରାଇଭ ମାଇ କାର୍ । ଶ୍ରେଷ୍ଠ କଷ୍ଟ୍ୟୁମ ଡିଜାଇନ ଲାଗି କ୍ରୁଏଲାକୁ ମିଳିଛି ଓସ୍କାର । ଶ୍ରେଷ୍ଠ ଓରିଜିନାଲ ସ୍କ୍ରିନପ୍ଲେ ଲାଗି ବେଲଫାଷ୍ଟ ଚଳଚ୍ଚିତ୍ର କେନ୍ନେଥ ବ୍ରାଗନାଙ୍କୁ ମିଳିଛି ପୁରସ୍କାର । ଲସ ଏଞ୍ଜେଲସର ଡଲବି ଥିଏଟରରେ ଆୟୋଜିତ ହୋଇଛି ଓସ୍କାର ଆଓ୍ବାର୍ଡ ସେରିମନି ।

Latest Posts

Don't Miss