ରାମବିଳାସ ବିୟୋଗ: ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ
2 min readନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ବିୟୋଗରେ ସାରା ଦେଶ ତଥା ବିଶେଷ କରି ବିହାରରେ ଶୋକର ଛାୟା ଖେଳି ଯାଇଛି । ପାଶୱାନଙ୍କ ବିୟୋଗରେ ଦେଶର ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ହଜାର ହଜାର ସାଧାରଣ ଜନତା ଶୋକବ୍ୟକ୍ତ କରିଛନ୍ତି । ଟୁଇଟ୍ ଜରିଆରେ ରାମନାଥ କୋବିନ୍ଦ କହିଛନ୍ତି ଯେ, ପାଶୱାନଙ୍କ ବିୟୋଗରେ ଦେଶ ଏକ ଦୂରଦର୍ଶୀ ନେତାଙ୍କୁ ହରାଇଲା । ସଂସଦକୁ ଲମ୍ବା ସମୟ ଧରି ସେବା ପ୍ରଦାନ କରି ଆସୁଥିବା ସାଂସଦ ମାନଙ୍କ ମଧ୍ୟରୁ ସେ ଅନ୍ୟତମ । ଅବହେଳିତ ଏବଂ ଶୋଷିତଙ୍କ ସ୍ୱର ଥିଲେ ରାମବିଳାସ ପାଶୱାନ ।ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ହୋଇଥିବା ଆନ୍ଦୋଳନର ସେ ଥିଲେ ଜଣେ ସିପାହୀ । ଏହି ଦୁଃଖଦ ସମୟରେ ତାଙ୍କ ପରିବାର ପ୍ରତି କୋବିନ୍ଦ ସମବେଦନା ଜଣାଇଛନ୍ତି ।
In the demise of Union Minister Ram Vilas Paswan, the nation has lost a visionary leader. He was among the most active and longest-serving members of parliament. He was the voice of the oppressed, and championed the cause of the marginalized.
— President of India (@rashtrapatibhvn) October 8, 2020
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ପାଶୱାନଙ୍କ ବିୟୋଗରେ ମୁଁ ଏତେ ମର୍ମାହତ ଯେ, ତାହାକୁ ଭାଷାରେ ବ୍ୟକ୍ତ କରିହେବ ନାହିଁ । ରାମବିଳାସଙ୍କ ବିୟୋଗ ମୋ ପାଇଁ ବ୍ୟକ୍ତିଗତ କ୍ଷତି । ମୁଁ ଜଣେ ଭଲ ବନ୍ଧୁ, କର୍ମଠ ସହଯୋଗୀଙ୍କୁ ହରାଇଲି । ପାଶୱାନ ଏମିତି ଜଣେ ବ୍ୟକ୍ତିତ୍ୱ ଯିଏକି ସବୁବେଳେ ଗରିବ ଲୋକ କିପରି ସମ୍ମାନର ସହ ବଞ୍ଚିବେ, ସେଥିପାଇଁ ଚେଷ୍ଟା କରୁଥିବା ମଣିଷ ହେଉଛନ୍ତି ପାଶୱାନ । ପାଶୱାନ ଯୁବକ ଥିବା ସମୟରେ ଜରୁରୀକାଳୀନ ପରିସ୍ଥିତି ବିରୋଧରେ ସ୍ୱର ଉତ୍ତୋଲନ କରି ଗଣତନ୍ତ୍ରର ସୁରକ୍ଷା କରିଥିଲେ ବୋଲି ମୋଦି କହିଛନ୍ତି ।
I am saddened beyond words. There is a void in our nation that will perhaps never be filled. Shri Ram Vilas Paswan Ji’s demise is a personal loss. I have lost a friend, valued colleague and someone who was extremely passionate to ensure every poor person leads a life of dignity. pic.twitter.com/2UUuPBjBrj
— Narendra Modi (@narendramodi) October 8, 2020
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପାଶୱାନଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଟୁଇଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପାଶୱାନଙ୍କ ବିୟୋଗରେ ଗଭୀର ଭାବେ ମର୍ମାହତ । ରାଜନୀତିରେ ବହୁ ଅଭିଜ୍ଞତା ଥିବା ଜଣେ ଜନପ୍ରିୟ ରାଜନେତା । ତାଙ୍କ ବିୟୋଗରେ ପରିବାରବର୍ଗ ପ୍ରତି ଗଭୀର ସମବେଦନା ଜଣାଇବା ସହ, ମୁଖ୍ୟମନ୍ତ୍ରୀ ପାଶୱାନଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।
Deeply saddened to know the passing away of Union Cabinet Minister #RamvilasPaswan ji. He was a popular leader having long experience in politics. My thoughts & prayers are with the bereaved family and friends of the veteran leader. May his soul rest in peace.
— Naveen Patnaik (@Naveen_Odisha) October 8, 2020