ଓସ୍କାର ଆୱାର୍ଡ-୨୦୨୦: ପ୍ରଥମଥର ଦକ୍ଷିଣ-କୋରିଆ ଖାତାରେ ଓସ୍କାର

1 min read

ଓସ୍କାର ଆଓ୍ବାର୍ଡ ୨୦୨୦ ।  ବିଶ୍ୱର ସବୁଠୁ ଉଚ୍ଚକୋଟିର ଫିଲ୍ମକୁ ମିଳିଲା ସର୍ବଶ୍ରେଷ୍ଠ ପୁରସ୍କାର । ଏଥର ଓସ୍କାରରେ ସାଉଥ କୋରିଆ ଫିଲ୍ମକୁ ଜବରଦସ୍ତ ଏଣ୍ଟ୍ରି ମିଳିଛି । ଗୋଟିଏ ଫିଲ୍ମ ପାଇଁ ୪ଟି ଓସ୍କାର ହାତେଇଛି ସାଉଥ କୋରିଆ । ଫିଲ୍ମ ପାରାସାଇଟକୁ ସାରା ବିଶ୍ୱ ପସନ୍ଦ କରିଛି । ବେଷ୍ଟ ଫିଲ୍ମ, ବେଷ୍ଟ ଫିଚର ଫିଲ୍ମ, ସ୍କ୍ରିନ ପ୍ଲେ ଏବଂ ବେଷ୍ଟ ଡାଇରେକ୍ଟର ପାଇଁ ଫିଲ୍ମକୁ ୪ଟି ଓସ୍କାର ମିଳିଛି । ଜୋକିନ ଫୋନିକ୍ସଙ୍କୁ ଜୋକର ଫିଲ୍ମ ପାଇଁ ବେଷ୍ଟ ଆକ୍ଟର ଭାବେ ଓସ୍କାର ମିଳିଛି । ଜୋକର ଫିଲ୍ମରେ ଜୋକିନଙ୍କ ଶାନଦାର ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଏହି ଫିଲ୍ମକୁ ନେଇ ସାରା ବିଶ୍ୱରେ ଚର୍ଚା ହୋଇଥିଲା ।

ଆଜିର ପ୍ରଥମ ଆୱାର୍ଡ ଯାଇଥିଲା ହଲିଉଡ ସୁପରଷ୍ଟାର ବ୍ରାଡ୍‌ ପିଟ୍‌ଙ୍କୁ । ଫିଲ୍ମ ‘ୱାନସ ଅପନ ଏ ଟାଇମ୍‌ ଇନ ହଲିଉଡ୍‌’ ପାଇଁ ତାଙ୍କୁ ମିଳିଛି ଶ୍ରେଷ୍ଠ ସହ-ଅଭିନେତା ପୁରସ୍କାର । ଅନ୍ୟମାନଙ୍କ ମଧ୍ୟରେ ଲୌରା ଡେର୍‌ନଙ୍କୁ ମିଳିଛି ଶ୍ରେଷ୍ଠ ସହ-ଅଭିନେତ୍ରୀ ଆୱାର୍ଡ ।  ଜ୍ୟ।କଲିନ ଡୁରେନଙ୍କୁ ଫିଲ୍ମ ଲିଟିଲ୍‌ ବିମେନ ପାଇଁ ବେଷ୍ଟ କଷ୍ଟ୍ୟୁମ ଡିଜାଇନର, ‘ଟୟଷ୍ଟୋରୀ-୪’କୁ ଶ୍ରେଷ୍ଠ ଆନିମେଟେଡ ଫିଲ୍ମ ଓ ‘ହେୟାର ଲଭ’କୁ ମିଳିଛି ଶ୍ରେଷ୍ଠ ଆନିମେଟେଡ ସର୍ଟ ଡକ୍ୟୁମେଣ୍ଟାରୀର ପୁରସ୍କାର ।

Leave a Reply