ଖୁସି ଖବର, ସୁସ୍ଥ ହେଲେ ୯୧ କରୋନା ସଂକ୍ରମିତ
1 min readଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୯୧ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥିସହ ସୁସ୍ଥ ସଂଖ୍ୟା ୧୦୫୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 91 Covid patients have recovered and are being discharged.
22 from Deogarh
16 from Puri
15 from Nayagarh
9 from Balangir
5 each from Angul & Balasore
3 each from Bhadrak & Sundargarh
2 each from Cuttack, Ganjam, Khurda, Kalahandi & Baragarh— H & FW Dept Odisha (@HFWOdisha) June 3, 2020
ଦେବଗଡ଼ରୁ ୨୨, ପୁରୀରୁ ୧୬, ନୟାଗଡ଼ରୁ ୧୫, ବଲାଙ୍ଗିରରୁ ୯ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳ ଓ ବାଲେଶ୍ୱରରୁ ୫ ଜଣ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି । ଭଦ୍ରକ ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ ଏବଂ କଟକ, ଗଞ୍ଜାମ, ଖୋର୍ଦ୍ଧା, କଳାହାଣ୍ଡି ଓ ବରଗଡ଼ରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଢେଙ୍କାନାଳ, ଗଜପତି, ଓ ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ରାଜ୍ୟରେ ୨୩୮୮ଟି ସଂକ୍ରମିତ ମାମଲା ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି । ୧୪୧୬ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୯୬୩ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି ।