ରାଜ୍ୟ ସଂଗ୍ରହାଳୟର ୯୦ ବର୍ଷି ପୂର୍ତ୍ତି ସମାରୋହ, ଗବେଷଣା ପାଇଁ ଏହା ଅମୂଲ୍ୟ ସଂପଦ ବୋଲି କହିଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ମ୍ୟୁଜିଅମ କେବଳ ଆମ ଗୌରବମୟ ଇତିହାସର ମୂକସାକ୍ଷୀ ଆମ ଅସ୍ମିତାର ପରିଚୟ  । ଗୋଟିଏ ସଭ୍ୟତା, ଗୋଟିଏ ଜାତି ଓ ଗୋଟିଏ ସଂସ୍କୃତି ସହ ଅତୀତକୁ ଯୋଡିଥାଏ  । ସଂଗ୍ରହାଳୟ ଇତିହାସ ଓ ପରମ୍ପରା ସହ ଯୋଡିଥାଏ  । ଏହା ଗବେଷଣା ପାଇଁ ଏକ ଅମୂଲ୍ୟ ସଂପଦ  । ରାଜ୍ୟ ସଂଗ୍ରହାଳୟର ୯୦ ବର୍ଷ ପୂର୍ତ୍ତି ସମାରୋହକୁ ଉଦଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଓଡ଼ିଆ ଭାଷା,ସାହିତ୍ୟ, ସଂସ୍କୃତି ବିଭାଗର ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ କହିଛନ୍ତ, ଆମ ସଂସ୍କୃତିକୁ ଆହୁରି ସୁଦୃଢ କରିବା ହେଉଛି ଓଡ଼ିଶା ରୂପାନ୍ତରୀକରଣର ଲକ୍ଷ୍ୟ  ।

ଏବେର ଯୁବପିଢୀ ଡିଜିଟାଲ ଦୁନିଆ ସହ ଜଡିତ  । ସେମାନଙ୍କୁ ଆମ ଐତିହ୍ୟ ପରମ୍ପରା ସହ ଯୋଡିବା ହେଉଛି ରୂପାନ୍ତରୀକରଣର ଲକ୍ଷ୍ୟ । ମ୍ୟୁଜିଅମକୁ ଦେଶର ବେଷ୍ଟ ମ୍ୟୁଜିଅମ କରିବାକୁ ଯୋଜନା କରାଯାଉଛି ବୋଲି କହିଛନ୍ତି ଶାସନ ସଚିବ  । ଫେବ୍ରୁଆରୀରେ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ହେବ  । ଏଥିରେ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ଶାସନ ସଚିବ । ମ୍ୟୁଜିଅମକୁ ଫାଇଭ-ଟି ଉପକ୍ରମରେ ସାମିଲ କରାଯିବ ବୋଲି ମଧ୍ୟ କହିଛନ୍ତି ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ  ।