spot_img

Latest Posts

ରାଜ୍ୟରେ ସବୁଠାରୁ କମ୍‌ କରୋନା ରୋଗୀ ଚିହ୍ନଟ, ତଳମୁହାଁ ହେଉଛି କରୋନା ଗ୍ରାଫ

ଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମଣ । ଦିନକରେ ସବୁଠାରୁ କମ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ସବୁଠାରୁ କମ୍‌ ୯୦୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ କ୍ୱାରେଣ୍ଟାଇନ ସେଣ୍ଟରରୁ ୫୨୩ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନିୟ ସଂକ୍ରମଣ ରହିଛି ୩୭୯ । ନୂଆ ସଂକ୍ରମଣ ଚିହ୍ନଟ ହେବା ପରେ ରାଜ୍ୟରେ ୩ ଲକ୍ଷ ୭୯ ହଜାର ୬ ଜଣ ମୋଟ ସଂକ୍ରମିତ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୯୫ ହଜାର ୨୪୫ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫରିଛନ୍ତି । ରାଜ୍ୟରେ କମୁଲେଟିଭ ଟେଷ୍ଟ ହୋଇଛି  ୫୨ ଲକ୍ଷ ୧୯ ହଜାର ୦୧୪ ।

ମୟୂରଭଞ୍ଜରୁ ସର୍ବାଧିକ ୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୫୦, ବାଲେଶ୍ୱରରୁ ୩୯, ବରଗଡ଼ରୁ ୩୭, ଭଦ୍ରକରୁ ୮, ବଲାଙ୍ଗୀରରୁ ୩୭, ବୌଦ୍ଧରୁ ୨୬, କଟକରୁ ୭୦, ଦେବଗଡ଼ରୁ ୨, ଢ଼େଙ୍କାନାଳରୁ ୧୭, ଗଜପତିରୁ ୪, ଗଞ୍ଜମରୁ ୮, ଜଗତସିଂହପୁରରୁ ୪୨, ଯାଜପୁରରୁ ୨୫, ଝାରସୁଗୁଡ଼ାରୁ ୨୩, କଳାହାଣ୍ଡିରୁ ୧୬, କନ୍ଧମାଳରୁ ୬, କେନ୍ଦ୍ରାପଡ଼ାରୁ ୩୬, କେନ୍ଦୁଝରରୁ ୫୧, ଖୋର୍ଦ୍ଧାରୁ ୬୮, କୋରାପୁଟରୁ ୧୦, ମାଲକାନାଗିରିରୁ ୫, ନବରଙ୍ଗପୁରରୁ ୧୫, ନୟାଗଡ଼ରୁ ୧୯, ନୂଆପଡ଼ାରୁ ୨୬, ପୁରୀରୁ ୨୦, ରାୟଗଡ଼ାରୁ ୬, ସମ୍ବଲପୁରରୁ ୪୩, ସୋନପୁରରୁ ୭, ସୁନ୍ଦରଗଡ଼ରୁ ୮୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

Latest Posts

Don't Miss