୯ ବର୍ଷ ବୟସରୁ ମଡେଲିଂ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ବଲାଙ୍ଗିରର ଅସ୍ମି

9 Year Old Ashmi Mishra Of Bolangir In India Book Of Record

ବଲାଙ୍ଗିର: କୁନି ଝିଅ ଅସ୍ମି ମିଶ୍ର, ବୟସ ମାତ୍ର ୯ ବର୍ଷ । ନିଜର ଅନନ୍ୟ ପ୍ରତିଭାରେ ସମସ୍ତଙ୍କୁ ଆକର୍ଷିତ କରିଛି । ଡ୍ୟାନ୍ସ , ମଡେଲିଂ ସାଙ୍ଗକୁ ନିଖୁଣ ଅଭିନୟ ଦେଖାଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ଏହି ବିସ୍ମୟ ବାଳିକା । ଝିଅର ସଫଳତା ପରେ ପରିବାରରେ ଖୁସିର ମାହୋଳ ଖେଳି ଯାଇଛି । କୁନି ବୟସରୁ ଅନନ୍ୟ ପ୍ରତିଭାର ଅଧିକାରୀ ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ରାଜୀବନଗର ପଡ଼ାର ଅସ୍ମି ମିଶ୍ର ।

9 Year Old Ashmi Mishra Of Bolangir In India Book Of Record

ମାତ୍ର ୯ ବର୍ଷ ବୟସରୁ ମଡେଲିଂରେ ପାଦ ଥାପି କୁନି ମଡେଲ ହୋଇଛନ୍ତି । ସେହିପରି ଡ୍ୟାନ୍ସରେ ଧୁମ୍ ମଚାଇବା ସହ ଅଭିନୟରେ ନିଖୁଣ ଛାପ ଛାଡ଼ି ସମସ୍ତଙ୍କୁ ଆକର୍ଷିତ କରିଛନ୍ତି ଏହି କୁନି ଝିଅ । ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ଜଣେ ମେଧାବୀ ଛାତ୍ରୀ ହେବା ସଙ୍ଗେ ସଙ୍ଗେ ଛୋଟ ବେଳୁ ଡ୍ୟାନ୍ସିଂ ଓ ମଡେଲିଂରେ ଶିକ୍ଷା ଗ୍ରହଣ କରୁଛନ୍ତି ଅସ୍ମି । ଓଡ଼ିଶୀ ନୃତ୍ୟ, ପାରମ୍ପରିକ ଲୋକ ନୃତ୍ୟ, ବଲିଉଡ୍ ଆଦି ବିଭିନ୍ନ ଡ୍ୟାନ୍ସ ଶିଖୁଛନ୍ତି ।

9 Year Old Ashmi Mishra Of Bolangir In India Book Of Record

୨୦୨୦ରେ ଫଟୋ ଜେନିକ୍ କିଡ୍, ବେଷ୍ଟ କିଡ୍ ଆଦି ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇ ଟାଇଟଲ୍ ମଧ୍ୟ ହାତେଇଛନ୍ତି । ଏବେ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇବା ପରେ ପରିବାରରେ ଖୁସିର ମାହୋଲ । କୋମଳ ବୟସରେ କଳାରେ ପାରଦର୍ଶିତା ଦେଖାଇଛନ୍ତି କୁନି ଝିଅ ଅସ୍ମି । ଆଗକୁ ଜଣେ ମଡେଲ ହେବାର ଲକ୍ଷ୍ୟ ରଖିଛନ୍ତି । ଅସ୍ମିଙ୍କ ଏଭଳି ପ୍ରତିଭା ଦେଖିବା ପରେ ସବୁଠୁ ଶୁଭେଚ୍ଛାର ସୁଅ ଛୁଟିଛି ।