ଶପଥ ନେଲେ ସୁପ୍ରିମକୋର୍ଟର ୯ ବିଚାରପତି, ୩ ଜଣ ମହିଳା ବିଚାରପତି ସାମିଲ

ନୁଆଦିଲ୍ଲୀ: ଶପଥ ନେଲେ ସୁପ୍ରିମକୋର୍ଟର ୯ ବିଚାରପତି। ଜଷ୍ଟିସ ବି .ଭି. ନାଗରତ୍ନାଙ୍କ ସମେତ ଶପଥ ନେଇଛନ୍ତି ୯ ବିଚାରପତି। ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌. ଭି ରମଣା। କିଛି ଦିନ ତଳେ ସୁପ୍ରିମକୋର୍ଟରେ ୯ଜଣ ବିଚାରପତି ଯୋଗଦେବା ସଂକ୍ରାନ୍ତ କଲେଜିୟମ ସୁପାରିସକୁ ମଞ୍ଜୁରୀ ଦେଇଥିଲେ କେନ୍ଦ୍ର ସରକାର। ଶପଥ ନେବା ପରେ ଦେଶରେ ପ୍ରଥମ ଥର ଲାଗି ଜଣେ ମହିଳା ପ୍ରଧାନବିଚାପତି ଆସୀନ ହେବା ସମ୍ଭାବନା ଉଜ୍ଜ୍ବଳ ହୋଇଛି। ଏହି ୯ ଜଣ ବିଚାରପତି ହେଲେ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାପତି ଜଷ୍ଟିସ ଏଏସ ଓକା ଓ ଜଷ୍ଟିସ ବିଭି ନାଗରତ୍ନା, ତେଲଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହିମା କୋହଲି, ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିକ୍ରମନାଥ, ସିକ୍କିମ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଜେକେ ମାହେଶ୍ୱରୀ, କେରଳ ହାଇକୋର୍ଟର ଜଷ୍ଟିସ ସିଟି ରବିକୁମାର, ମାଡ୍ରାସ ହାଇକୋର୍ଟର ଜଷ୍ଟିର ଏମଏମ ସୁନ୍ଦ୍ରେଶ, ଗୁଜରାଟ ହାଇକୋର୍ଟର ଜଷ୍ଟିସ ବେଳା ଏମ ତ୍ରିବେଦୀ ପ୍ରମୁଖ। ଜଣେ ବରିଷ୍ଠ ଆଇନଜୀବୀ ପିଏସ ନରସିଂହ୍ମା ମଧ୍ୟ ଏହି ପଦକୁ ଉନ୍ନୀତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୩ ଜଣ ମହିଳା ବିଚାରପତି ସାମିଲ ଅଛନ୍ତି। ଏମାନଙ୍କ ମଧ୍ୟରୁ ଜଷ୍ଟିସ ନାଗରତ୍ନା ଦେଶର ପ୍ରଧାନ ବିଚାରପତି ହେବା ଆଶା ରହିଛି। ୧୯୫୦ ଜାନୁଆରୀ ୨୬ରେ ପ୍ରତିଷ୍ଠିତ ସୁପ୍ରିମକୋର୍ଟରେ ଆଜିଯାଏଁ ମାତ୍ର ୮ ଜଣ ମହିଳା ବିଚାରପତି ନିଯୁକ୍ତି ପାଇଛନ୍ତି ଦେଶର ପ୍ରଥମ ମହିଳା ବିଚାରପତି ଥିଲେ ୧୯୮୯ରେ ନିଯୁକ୍ତ ଏମ. ଫାତିମା ବିବି।

Leave a Reply