ସୁପ୍ରିମୋଙ୍କ ସରଳିଆ ଜୀବନ ଯାପନ

1 min read

ଓଡିଶା ରାଜନୀତିର ଅପ୍ରତିଦ୍ବନ୍ଦୀ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ଯେ ଓଡିଶାରେ ଲୋକପ୍ରିୟ ତାହା ନୁହେଁ ପୁରା ଦେଶ ବିଦେଶରେ ତାଙ୍କ ଖୁବ୍ ପରିଚିତି ରହିଛି । ଦୀର୍ଘ ୧୯ ବର୍ଷ ଧରି ଓଡିଶାର ଶାସନ ଭାରକୁ ଖୁବ ସୁନ୍ଦର ଭାବେ ଆଗକୁ ନେଉଛନ୍ତି ନବୀନ । ଏହାରି ଭିତରେ ତାଙ୍କ ସ୍ବଚ୍ଛ ଭାବମୁର୍ତ୍ତି ଓ ସରଳ ଜୀବନ ଯାପନ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ରାଜନୀତିକ ଜୀବନରେ ଖୁବ ଉତ୍ଥାନ ପତନ ଦେଖିଥିବା ନବୀନଙ୍କ ସ୍ବଭାବ ସବୁବେଳେ ସ୍ଥିତ ପ୍ରଜ୍ଞ୍ୟ। କିନ୍ତୁ ନବୀନ ପଟ୍ଟନାୟକଙ୍କ ଏହି ସରଳ ଜୀବନ ଶୈଳୀ ପଛରେ ଏମିତି ଅନେକ କଥା ରହିଛି ଯାହା ହୁଏତ ଅନେକ ଜାଣି ନଥିବେ । ନବୀନଙ୍କ ୯ଟି ସିକ୍ରେଟ୍ …
(୧) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଧଳା ପାଇଜାମା ଓ କୁର୍ତ୍ତାରେ ନଜର ଆସିଥାନ୍ତି । କିନ୍ତୁ ତାଙ୍କର ଛାତ୍ର ଜୀବନ ଥିଲା ଖୁବ ରଙ୍ଗୀନ । ସମ୍ଭ୍ରାନ୍ତ ଓ ଆଧୁନିକ ଜୀବନ ସହ ଜିନ୍ସ ଟି ସାର୍ଟ ଥିଲା ତାଙ୍କ ପ୍ରିୟ ପୋଷାକ । ଏମିତି କି ସେ ଦୀଲ୍ଲିର ଓବରୟ ହୋଟେଲରେ ସାଇକୋଡେଲି ନାମକ ଏକ ବୁଟିକ୍ ଖୋଲିଥିଲେ ଯାହାର ଗ୍ରାହାକ ଥିଲେ ଇଂଲିଶ ରକବ୍ୟାଣ୍ଡ ବିଟେଲ୍ସ ପରି ଅନେକ ନାମୀଦାମି କଳାକାର।


(୨) ବିଜୁ ପଟ୍ଟନାୟକଙ୍କ ପରି ନବୀନ ମଧ୍ୟ ଖୁବ ସାହାସୀ । ବିନା ଅସ୍ତ୍ରରେ ସିଂହ ଗୁମ୍ଫା ମଧ୍ୟରେ ପ୍ରବେଶର ସାହାସ ରଖୁଥିବା ନବୀନ ଯେତେବେଳେ ନବୀନ ନିବାସ ଆସିଲେ ସେତେବେଳେ ପ୍ରଥମେ ସରଭେଣ୍ଟ କ୍ବାଟରରେ ରହୁଥିଲେ।


(୩) ନବୀନ ଲେଖିଥିବା ଦୁଇଟି ପୁସ୍ତକର ସମ୍ପାଦନା କରିଥିଲେ ଆମେରିକାର ପ୍ରସିଦ୍ଧ ତଥା ପୂର୍ବତନ ରାଷ୍ଟ୍ରପତି ଜନ.ଏଫ କେନେଡିଙ୍କ ପତ୍ନୀ ଜାକଲିନ କେନେଡି ଓନାସିସ । ଜନ.ଏଫ କେନେଡି ହେଉଛନ୍ତି ଆମେରିକାର ୩୫ ତମ ରାଷ୍ଟ୍ରପତି ।
(୪) ନବୀନ ପଟ୍ଟନାୟନ ଏକ ହଲିଉଡ ଫିଲ୍ମରେ କାମିଓ ରୋଲରେ ବି ନଜର ଆସିଛନ୍ତି। ଆଇଭରି ମର୍ସିନଙ୍କ ଭିସିଭର ଫିଲ୍ମରେ ଆକ୍ଟିଂ କରିଛନ୍ତି ନବୀନ ।
(୫) ଡୁନ ସ୍କୁଲରେ ପାଠ ପଢୁଥିବା ନବୀନଙ୍କ କ୍ଲାସମେଟ ଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସାନପୁଅ ସଞ୍ଜୟ ଗାନ୍ଧି। କଳା ସଂସ୍କୃତି ଉପରେ ଖୁବ ଜ୍ଞ୍ୟାନ ଥିବା ନବୀନ ହକି ଖେଳରେ ଖୁବ ପାରଙ୍ଗମ ଥିଲେ । ତାଙ୍କ ଉଚ୍ଚତା ଅଧିକ ଯୋଗୁ ତାଙ୍କୁ ଗୋଲ୍ କିପର ଦାଇତ୍ବ ଦିଆଯାଉଥିଲା ।


(୬) ନବୀନ ପଟ୍ଟନାୟକଙ୍କର କୌଣସି ସାଂସାରିକ ମୋହ ନଥିଲା । ସେ ସବୁ ବେଳେ ତାଙ୍କର ଦୁଇ ଜଣ ସର୍ଭେଣ୍ଟ ଓ ଡ୍ରାଇଭର ସହ ରହୁଥିଲେ । ନବୀନ କାର ଚଳାଇବା ଶିଖିନାହାନ୍ତି କି ସେ ବଡ ରେଷ୍ଟୁରାଣ୍ଟରେ ଖାଇବାକୁ ଭଲ ପାଆନ୍ତି ନାହିଁ । ସେ ତାଙ୍କ ରୋଷେୟା ମନୋଜଙ୍କର ହାତରନ୍ଧା ଖାଇବାକୁ ଭଲ ପାଆନ୍ତି ।
(୭) ବିଦେଶୀ କୁକୁରଙ୍କୁ ଖୁବ ଭଳପାଉଥିବା ନବୀନଙ୍କର ରକ୍ସି ଓ ବ୍ରୁନୋ ଦୁଇଟି କୁକୁର ଅଛନ୍ତି । ସେମାନଙ୍କ ସହ ସମୟ କାଟିବାକୁ ଭଳ ପାଆନ୍ତି ନବୀନ ।


( ୮) ନବୀନ କେବେ ହେଲେ ମୋବାଇଲ ଫୋନ ବ୍ୟବହାର କରିବାକୁ ଭଲପାଆନ୍ତି ନାହିଁ କି ତାଙ୍କର ନିଜର ଫୋନ ନାହିଁ । ଅଧିକାଂଶ ସମୟରେ କଥା ହେବାକୁ ହେଲେ ନବୀନ ନିବାସରେ ଥିବା ଲ୍ୟାଣ୍ଡ ଫୋନରେ ସେ ବହୁ ବଡ଼ ବଡ଼ ବ୍ୟକ୍ତିଙ୍କ ସହ କଥା ହୋଇଥାନ୍ତି ।
(୯) ସରଳ ଜୀବନଶୈଳୀ ପାଇଁ ଜଣାଶୁଣା ନବୀନଙ୍କ ଖାଦ୍ୟମଧ୍ୟ ଖୁବ ସରଳ । ସକାଳୁ ଜୁସ ଓ ପଇଡ ପାଣି ପିଉଥିବା ନବୀନ ମଧ୍ୟାନ ଭୋଜନରେ ଖେଚୁଡି ଓ ଦହି ଖାଇଥାନ୍ତି । ସୁପ୍ ପିଇବାକୁ ଭଲ ପାଆନ୍ତି ନବୀନ । ଭେଣ୍ଡି ତାଙ୍କର ପ୍ରିୟ ହୋଇଥିବା ବେଳେ ରାତିରେ ଗରିଷ୍ଠ ଖାଦ୍ୟ ଖାଅନ୍ତି ନବୀନ । ସେହିପରି ନବୀନ ପାରାଗନ ସ୍ଲିପର ପିନ୍ଧିବାକୁ ଭଲ ପାଆନ୍ତି । ')}

Leave a Reply