ଭୁବନେଶ୍ୱରରୁ ନୂଆ ୯ କରୋନା ସଂକ୍ରମିତ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୮

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ପୁଣି ନୂଆ ୧୭୦ ଜଣ କରୋନା ସଂକ୍ରମିତ ରାଜ୍ୟ ମଧ୍ୟରୁ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୧୯ ଜଣ କେବଳ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ୧୯ ଜଣଙ୍କ ମଧ୍ୟରୁ ୯ ଜଣ କେବଳ ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି ୯ ଜଣଙ୍କ ମଧ୍ୟରୁ ଜଣେ କେବଳ ହୋମ କ୍ୱାରେଣ୍ଟାଇନରେ ଥିବା ବେଳେ ଅନ୍ୟ ୮ ଜଣ ସ୍ଥାନୀୟ ସଂକ୍ରମଣ ହୋଇଛନ୍ତି ।

ଏୟାରପୋର୍ଟ କଲୋନୀରୁ ଜଣେ ୨୬ ବର୍ଷିୟ ମହିଳା ଚିହ୍ନଟ ହୋଇଛନ୍ତି ଯିଏ ଦିଲ୍ଲୀରୁ ଫେରିଥିଲେ ବୋଲି ତାଙ୍କର ଟ୍ରାଭେଲ ହିଷ୍ଟ୍ରି କହୁଛି । ଅନ୍ୟ ୮ ଜଣଙ୍କ ମଧ୍ୟରୁ ୪ ଜଣ ସିରିପୁର ସ୍ଥିତ ଲକ୍ଷ୍ମିବଜାର ବସ୍ତିରୁ ଚିହ୍ନଟ ହୋଇଛନ୍ତି । ଜଣେ ଆରବିଆଇ ଅଫିସ୍‌ ପାଖ ସିକ୍ୟୁରିଟି ଗାର୍ଡ ହୋଇଥିବା ବେଳେ ଅନ୍ୟ ୩ ଜଣ ଏକ ଘରୋଇ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି ଯେଉଁ ମାନେ କୋଭିଡ ରୋଗୀଙ୍କର ସଂସ୍ପର୍ଶରେ ଆସିଥିଲେ ।

Leave a Reply