ରାଜ୍ୟରେ ଆଉ ୯ ଜଣଙ୍କ ଜୀବନ ଗଲା…
1 min readଭୁବନେଶ୍ୱର: ରାଜ୍ୟରେ ଆଜି ୩୨୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମ, ଖୋର୍ଦ୍ଧା, କଟକ, ବଲାଙ୍ଗିର ଜିଲ୍ଳାରୁ ୨ଜଣ ଲେଖାଏଁ ମୃତ୍ୟୁ ହୋଇଥିବା ବେଳେ ରାୟଗଡ଼ାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୩୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବଲାଙ୍ଗିରରୁ ଜଣେ ୧୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ସିକିଲ୍ ସେଲ୍ ଡିସ୍ଅର୍ଡର ରୋଗରେ ଆକ୍ରାନ୍ତ ଥିଲେ । ସେହିଭଳି ବଲାଙ୍ଗିରରୁ ଆଉ ଜଣେ ୭୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ଡାଇବେଟିସ୍ ଓ ହାଇପର୍ଟେନ୍ସନ୍ ରୋଗରେ ଆକ୍ରାନ୍ତ ଥିଲେ ।
Regret to inform the demise of Nine Covid positive patients while under treatment in hospitals.
1. An 18 year old male of Bolangir district who was also suffering from Sickle Cell disorder.
2. A 75 year old female of Bolangir who was also suffering from Diabetes & Hypertension
— H & FW Dept Odisha (@HFWOdisha) September 4, 2020
ଭୁବନେଶ୍ୱରରୁ ମଧ୍ୟ ଜଣେ ୯୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । କଟକର ଜଣେ ୫୦ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ଟ୍ୟୁବରକୁଲୋସିସ୍ ରୋଗରେ ଆକ୍ରାନ୍ତ ଥିଲେ । ସେହିଭଳି ଆଉ ଜଣେ କଟକର ୬୭ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ସେ ଡାଇବେଟିସ୍ ଓ ହାଇପରଟେନ୍ସନ୍ ରୋଗରେ ଆକ୍ରାନ୍ତ ଥିଲେ । ଗଞ୍ଜାମରୁ ମଧ୍ୟ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।
7. A 50 year old male of Ganjam district who was also suffering from Diabetes.
8. A 67 year old male of Khordha district who was also suffering from Diabetes.
9. A 52 year old female of Rayagada district who was also suffering from Diabetes.
— H & FW Dept Odisha (@HFWOdisha) September 4, 2020
ଗଞ୍ଜାମରୁ ଆଉ ଜଣେ ମଧ୍ୟ ୫୦ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ଡାଇବେଟିସ୍ ରୋଗରେ ପୀଡ଼ିତ ଥିଲେ । ଖୋର୍ଦ୍ଧାରୁ ଜଣେ ୬୭ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ଡାଇବେଟିସ୍ ରୋଗରେ ଆକ୍ରାନ୍ତ ଥିଲେ । ରାୟଗଡ଼ାରୁ ମଧ୍ୟ ଜଣେ ୫୨ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ଡାଇବେଟିସ୍ ରୋଗରେ ଆକ୍ରାନ୍ତ ଥିଲେ ।