ଅହମ୍ମଦାବାଦ-ମୁମ୍ବାଇ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା।; ୯ ମୃତ

1 min read

ଅହମ୍ମଦାବାଦ:ଅହମ୍ମଦାବାଦ-ମୁମ୍ବାଇ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗୁଜରାଟ ନବସାରୀ ନିକଟରେ ଭୋରରୁ ବସ୍‌ ଓ କାର୍‌ ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଗୁରୁତର ଭାବେ ଆହତ ୧୭ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଏକ ଲଗଜୁରୀ ବସ୍‌ଟି ଅହମ୍ମଦାବାଦରୁ ବଲସାଡ ଯାଉଥିଲା । ନବସାରୀ ବେସବା ଗାଁ ପାଖରେ ସାମ୍ନାରୁ ଆସୁଥିବା କାର୍‌ ସହ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ସହ ପୋଲିସକୁ ସୂଚନା ଦେଇଥିଲେ । କାର୍‌ରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କାର୍‌ଟି ଡିଭାଇଡର କ୍ରସ୍ କରି ରଙ୍ଗ ସାଇଡରେ ଆସୁଥିବାରୁ ଦୁର୍ଘଟଣା ଘଟିଥିଲା । ନିଦରେ କାର୍‌ ଡ୍ରାଇଭରଙ୍କ ଆଖି ଲାଗି ଲାଗି ଯାଇଥିବାରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି ।