ପିକ୍ ଅପ୍ ଭ୍ୟାନ୍ ଦୁର୍ଘଟଣାରେ ୯ ମୃତ; ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା
1 min readଜୟପୁର: କୋରାପୁଟ ଜୟପୁର ସ୍ଥିତ କୋଟପାଡ଼ ଥାନା ଏନଏଚ୍-୩୨୬ର ସିନ୍ଧି ଗାଁ ମୂର୍ତ୍ତାହାଣ୍ଡିଠାରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଗତକାଲି ୯ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅର୍ଥ ରାଶି ପ୍ରଧାନମନ୍ତ୍ରୀ ନ୍ୟାସନାଲ୍ ରିଲିଫ୍ ଫଣ୍ଡରୁ ପ୍ରଦାନ କରାଯିବ ।
ଏହାଛଡା ପ୍ରଧାନମନ୍ତ୍ରୀ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ପ୍ରଦାନ ଲାଗି ଘୋଷଣା କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି ।
An ex-gratia of Rs. 2 lakh each from Prime Minister’s National Relief Fund would be given to the next of kin of those who have lost their lives due to the unfortunate road accident in Koraput, Odissa. Rs. 50,000 would be given to those seriously injured.
— PMO India (@PMOIndia) February 1, 2021
ଉଲ୍ଲେଖଯୋଗ୍ୟ, କୋରାପୁଟରେ ରବିବାର ଦିନ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଏକ ପିକ୍ ଅପ୍ ଭ୍ୟାନ୍ । ଯେଉଁ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ପ୍ରାୟ ୨୫ରୁ ୨୭ ଜଣ ଯାତ୍ରୀଙ୍କୁ ନେଇ ଛତିଶଗଡ଼ ଯାଉଥିଲା ଏହି ପିକ୍ଅପ୍ ଭ୍ୟାନ୍ । ଦଶାହ କାର୍ଯ୍ୟ ସାର ଛତିଶଗଡ଼ ଫେରୁଥିବା ବେଳେ ଅଘଟଣ ଘଟିଥିଲା।