୮୦ ବର୍ଷୀୟ ବୃଦ୍ଧଙ୍କ ଖାଦ୍ୟନଳୀରୁ ବାହାରିଲା ୯ ଇଂଚର ଦାନ୍ତକାଠି
1 min read
ନନ୍ଦିଘୋଷ ବ୍ୟୁରୋ : ଖାଦ୍ୟନଳୀରୁ ବାହାରିଲା ୯ ଇଂଚର ଦାନ୍ତକାଠି। MKCG ମେଡ଼ିକାଲ ଇଏନ୍ଟି ବିଭାଗରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ଖାଦ୍ୟନଳୀରୁ ୯ ଇଞ୍ଚର ଏକ ଦାନ୍ତକାଠି ବାହାର କରାଯାଇଛି। ଅସାବଧାନତା ଯୋଗୁଁ ବୃଦ୍ଧଜଣଙ୍କ ଦାନ୍ତ କାଠିଟିକୁ ଗିଳି ଦେଇଥିଲେ। ଏଥିଯୋଗୁଁ ଅସହ୍ୟ ଯନ୍ତ୍ରଣା ସହ ଖାଇବାରେ ସମସ୍ୟା ହୋଇଥିଲା। ପରିବାରଲୋକ ତାଙ୍କୁ MKCGରେ ଭର୍ତ୍ତି କରାଇବା ପରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଅସ୍ତ୍ରୋପଚାର କରିଥିଲେ। ଏସୋଫାଗୋସ୍କୋପ୍ ପଦ୍ଧତିରେ ଦୀର୍ଘ ଏକ ଘଣ୍ଟା ଧରି ଅସ୍ତ୍ରୋପଚାର ପରେ ଖାଦ୍ୟନଳୀରୁ ଦାନ୍ତକାଠିକୁ ବାହାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବିଭାଗୀୟ ମୁଖ୍ୟ ଆସୋସିଏଟ୍ ପ୍ରଫେସର୍ ଡାକ୍ତର ସଂଜିତ କୁମାର ମିଶ୍ର କହିଛନ୍ତି। ବୃଦ୍ଧ ଜଣକ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ନାଟଙ୍ଗା ଗ୍ରାମର ୮୦ ବର୍ଷୀୟ କାମରାଜୁ ନାୟକ ବୋଲି ଜଣାପଡିଛି।