କରୋନା ପ୍ରଭାବ : ସଙ୍ଗ ରୋଧ କେନ୍ଦ୍ରରେ ରେ ନଅ ଦିନର ଜନ୍ମିତ ଶିଶୁ

1 min read

କଳାହାଣ୍ଡି: ଦିନକୁ ଦିନ ସାରା ବିଶ୍ୱରେ କରୋନା ଭୂତାଣୁ ଭୟଙ୍କର ରୂପ ନେଉଛି । ଏଥିପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ୨୧୦ ରାଷ୍ଟ୍ରରେ କାୟା ବିସ୍ତାର କରିଛି କରୋନା । ଓଡ଼ିଶାରେ ଏବେ ୧୯ ଜିଲ୍ଲାକୁ ଛୁଇଁଛି କରୋନା । ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୯କୁ ବୃଦ୍ଧି ପାଇଛି । ଏହାରି ଭିତରେ ଓଡିଶାର କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକରେ ଏକ ନୂଆ ଘଟଣା ସାମ୍ନାକୁ ଆସିଛି । ଧର୍ମଗଡର ଏକ କରୋନା ସଙ୍ଗରୋଧ କେନ୍ଦ୍ରରେ ୯ ଦିନର ଶିଶୁ ଥିବା ଜଣା ପଡିଛି ।

ସାଧାରଣତଃ ନବଜାତ ଶିଶୁମାନଙ୍କୁ ଧରିବା ପାଇଁ ସମସ୍ତେ ଉତ୍ସୁକ ଥାଆନ୍ତି । ଶିଶୁମାନଙ୍କ କୁଆଁ କୁଆଁ କାନ୍ଦ ତାଙ୍କ ନିକଟକୁ ଟାଣିନେଇଥାଏ । ଜନ୍ମ ହେବା ପରେ ତାଙ୍କ ମୁହଁର ସେହି ହଁସ, କଅଁଳ ନରମ ହାତର ଛୁଆଁ ସମସ୍ତ ପରିବାର ଲୋକଙ୍କୁ ଏକ ପ୍ରକାରର ଖୁସି ଦେଇଥାଏ । ହେଲେ କରୋନା ଯୋଗୁଁ ଗୋଟେ ପରିବାରର ଏହି ଖୁସି ଛାରଖାର ହୋଇଯାଇଛି । ନଅ ଦିନର ଜନ୍ମିତ ଶିଶୁର କୁଆଁ କୁଆଁ କାନ୍ଦ ପରିବାର ଲୋକଙ୍କ କାନରେ ପଡିବ ନାହିଁ । ସମସ୍ତ ଘର ଲୋକଙ୍କ ସ୍ନେହରୁ ବଞ୍ଚିତ ହୋଇଛନ୍ତି ଏହି ମାଆ ଛୁଆ ।

ସରକାର ମହାମାରୀ କରୋନା ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ହାତକୁ ନେଇ ଥିବା ବେଳେ ଏବେ ମାଆ ସହ ଜନ୍ମିତ ନଅ ଦିନର ଶିଶୁ ସଙ୍ଗ ରୋଧ୍ କେନ୍ଦ୍ରରେ ଅଛନ୍ତି l ଧର୍ମଗଡ଼ ବ୍ଲକ ସନ୍ଧି କୁଳିଆରୀ ସଙ୍ଗ ରୋଧ କେନ୍ଦ୍ରରେ ଉଭୟ ମାଆ ଛୁଆ କ୍ୱାରେଣ୍ଟାଇନ୍ ରେ ଅଛନ୍ତି ।

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ପରଲା ଅଞ୍ଚଳ ର କିଛି ଶ୍ରମିକ ପେଟ ପାଟଣା ପାଇଁ ରାଜ୍ୟ ବାହାର କୁ ଦାଦନ ଶ୍ରମିକ ଭାବରେ ଯାଇ ଲକ୍ ଡାଉନ୍ ରେ ଫସି ରହିଥିଲେ । ସେହି ଶ୍ରମିକଙ୍କ ଭିତରେ ଥିଲେ ଏହି ପିଲାର ମା’ବାପା । ତେଲେଙ୍ଗାନାର ଏକ ଲଙ୍କା ବଗିଚାରେ ସେମାନେ କାମ କରୁଥିଲେ । ଲକଡାଉନ୍ ଲାଗୁ ପରେ ସେମାନେ ମଧ୍ୟ ନିଜ ଘରକୁ ଫେରିଥିଲେ । କିନ୍ତୁ ଏହାରି ଭିତରେ ମହିଳା ଜଣକ ଜନ୍ମ କରିଥିଲେ ଏକ ଶିଶୁ । ନିଜ ଅଞ୍ଚଳକୁ ଫେରିବା ପରେ ନଅ ଦିନର ଜନ୍ମିତ ଶିଶୁ ସହ ମହିଳା ଜଣକ ଏବେ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଅଛନ୍ତି ।  ସରକାରରଙ୍କ ନିୟମ ମୁତାବକ ଉଭୟ ମାଆ ଛୁଆ ଏବେ କ୍ୱାରାଣ୍ଟାଇନ୍ ରେ ରହିଛନ୍ତି । ସରକାର ସେମାନଙ୍କୁ ସବୁ ପ୍ରକାରର ସେବା ଯୋଗାଇ ଦେଇଛନ୍ତି ବୋଲି କହିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ  ।

Leave a Reply