ରାଜ୍ୟରେ ଆଉ ୯ କରୋନା ରୋଗୀଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୪୨୮କୁ ବୃଦ୍ଧି

1 min read

ଭୁବନେଶ୍ୱର: ରାଜ୍ୟରେ ୨୭୫୨ ନୂଆ ସଂକ୍ରମିତ ଚିହ୍ନଟ ପରେ ପୁଣି ୯ ଜଣଙ୍କର ମୁଣ୍ଡ ନେଲା କରୋନା ଭୂତାଣୁ । ପ୍ରତି ଦିନ କରୋନାରେ ପ୍ରାୟ ୮ ଜଣଙ୍କ ପରେ ଜୀବନ ଯାଉଛି । ଆଜି ନୂଆ କରୋନା ରୋଗୀଙ୍କ ମୃତ୍ୟୁ ପରେ ୪୨୮ରେ ପହଞ୍ଚିଛି କରୋନା ମୋଟ ମୃତ୍ୟୁ ସଂଖ୍ୟା । ୯ ଜଣଙ୍କ ମଧ୍ୟରେ ସମସ୍ତଙ୍କର ବୟଷ ୩୯ରୁ ୭୩ ବର୍ଷ ମଧ୍ୟରେ ରହିଛି । ବାଲେଶ୍ୱରରୁ ୫୫ ବର୍ଷୀୟ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେହିପରି ଭୁବନେଶ୍ୱରରୁ ୫୫ ବର୍ଷୀୟ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ କିଡନୀ ରୋଗରେ ଆକ୍ରାନ୍ତ ରହିଥିଲେ । ସେପଟେ ଗଞ୍ଜାମରୁ ୨ ଜଣ କରୋନା ରୋଗୀ ଙ୍କର ମୃତ୍ୟୁ ହୋଇଛି । ଜଣେ ୭୩ ଏବଂ ୬୮ ବର୍ଷୀୟ ପୁରୁଷ ଡାଇବେଟିସ ରୋଗରେ ପିଡ଼ିତ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ଦେଖିବା ଯଦି ସୁନ୍ଦରଗଡ଼ରେ ୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଜଣଙ୍କର ଡାଇବେଟିସ ଥିବାବେଳେ ଆଉଜଣଙ୍କର ଉଚ୍ଚରକ୍ତଚାପ ରୋଗରେ ପିଡ଼ିତ ରହିଥିଲେ । କଟକ, ଗତପତି ଏବଂ ବଲାଙ୍ଗିରରୁ ଜଣେ ଲେଖାଏଁ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ୨ ଜଣଙ୍କର ଡାଇବେଟିସ ଏବଂ ଉଚ୍ଚରକ୍ତଚାପ ରୋଗ ରହିଥିଲା ।

ମଙ୍ଗଳବାର ପୁଣି ରାଜ୍ୟରୁ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୭୫୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୭୦୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦୪୪ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ କରୋନା ସଂଖ୍ୟା ୮୪ ହଜାର ୨୩୧ରେ ପହଞ୍ଚିଛି  । ସେହିଭଳି ୫୬ ହଜାର ୯୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୬ ହଜାର ୮୨୬ ଜଣ ଏବେ ସକ୍ରିୟ ରହିଛନ୍ତି । ତେବ ରାଜ୍ୟରେ କରୋନା ଟେଷ୍ଟ ସଂଖ୍ୟା ବହୁମାତ୍ରାରେ ବଢ଼ିଛି । ଏବେ ମୋଟ ୧୪ ଲକ୍ଷ ୨୧ହଜାର ୯୫୮ କରୋନା ଟେଷ୍ଟ କରାଯାଇଛି ।

Leave a Reply