ବ୍ୟାଙ୍କରୁ ଲୁଟିଥିଲେ ୩୫ ଲକ୍ଷ ୪୧ହଜାର ଟଙ୍କା, କିଣିଥିଲେ କାର୍

ସମ୍ୱଲପୁର: ସମ୍ବଲପୁର ଲଇମୁରା ବ୍ୟାଙ୍କ ଲୁଟ୍ ଘଟଣା । ବ୍ୟାଙ୍କର ଟଙ୍କାର ଲୁଟି କାର କିଣିଥିଲେ ଦୁର୍ବୃତ୍ତ । ଘଟଣାରେ ଜଣେ ନାବାଳକଙ୍କ ସହ ୯ ଜଣଙ୍କୁ ଗିରଫ କରାଯାଇଛି । ଏବଂ ଆଉ ଦୁଇ ଜଣ ଫେରାର ହୋଇଯାଇଥିବା ସୂଚନା ଦେଇଛି ପୋଲିସ । ଗତ ୯ତାରିଖ ଅପରାହ୍ନରେ ସମ୍ବଲପୁର ଲଇମୁରା ୟୁନିୟନ୍ ବ୍ୟାଙ୍କକୁ ଯାଉଥିବା ଭ୍ୟାନ୍‌ରୁ ୩୫ ଲକ୍ଷ ୪୧ ହଜାର ଟଙ୍କା ଲୁଟି ନେଇଥିଲେ ।

୬ ଡକାୟତ ତିନିଟି ବାଇକ୍‌ରେ ଆସି ନିଛାଟିଆ ଜଙ୍ଗଲିଆ ରାସ୍ତାରେ ପ୍ରଥମେ ଗାଡ଼ିକୁ ଅଟକାଇବା ସହ ସମସ୍ତଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ଏହାପରେ ଗାଡିରେ ଥିବା ଟଙ୍କା ଲୁଟି ଫେରାର ହୋଇଯାଇଥିଲେ । ଘଟଣାରେ ଜିଲ୍ଲା ପୋଲିସର ୪ଟି ସ୍କ୍ୱାର୍ଡ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ।

ଲୁଟ୍‌ ଘଟଣାରେ ମୋଟ ୧୧ ଜଣଙ୍କ ସମ୍ପୃକ୍ତି ରହିଥିବା ପୋଲିସ ସୂଚନା ଦେଇଛି । ଏମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଗୋଟିଏ କାର ସହ ମୋଟର ସାଇକେଲ , ୮ଟି ମୋବାଇଲ, ଭୁଜାଲି ଓ ନଗଦ ୧୦ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ସୂଚନା ଅନୁସାରେ ଜବତ ହୋଇଥିବା କାରଟିକୁ ଦୁର୍ବୃତ୍ତମାନେ ଲୁଟ ଟଙ୍କାରେ କିଣିଥିବା ଜଣାପଡ଼ିଛି । ଏବଂ ଘଟଣାର ମାଷ୍ଟରମାଇଣ୍ଡକୁ ମଧ୍ୟ ପୋଲିସ ଗିରଫ କରିଛି । ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ତନାଘନା କରିବ ପୋଲିସ ।

 

Leave a Reply