ରାଜ୍ୟରେ ପଞ୍ଜିକୃତ ୮ ହଜାର ୬୭୩ ଜଣ ଏଡ୍ସ ରୋଗୀଙ୍କ ପତ୍ତା ମିଳୁନି
1 min read
ଭୁବନେଶ୍ୱର: ରାଜ୍ୟରେ ପଞ୍ଜିକୃତ ୮ହଜାର ୬୭୩ ଜଣ ଏଡ୍ସ ରୋଗୀଙ୍କ ପତ୍ତା ମିଳୁନି। ୨୦୦୨ ମସିହାରୁ ଆଜି ଯାଏ ମିଳିଥିବା NACP ତଥ୍ୟରୁ ଏହା ଜଣାପଡ଼ିଛି । ଏହି ଏଡ୍ସ ରୋଗୀମାନେ ନିଜ ପରିଚୟ ଲୁଚାଇବାକୁ ଫୋନ ନମ୍ବର ଓ ଠିକଣା ଭୁଲ ଦେଇଛନ୍ତି। ସେମାନଙ୍କ ଭିତରୁ କେତେଜଣ ବାହାର ରାଜ୍ୟକୁ ପଳାଇ ଥାଇ ପାରନ୍ତି ବୋଲି କୁହାଯାଉଛି।
ତେବେ ଓଡ଼ିଶାରେ ଏଡ୍ସ ରୋଗୀଙ୍କ ସଂଖ୍ୟା ସେତେଟା ବଢୁନି। ବାର୍ଷିକ ପ୍ରାୟ ୩ ହଜାର ରୋଗୀ ଚିହ୍ନଟ ହେଉଛନ୍ତି। ଓଡ଼ିଶାରେ ୫୦ ହଜାରରୁ କମ୍ ରୋଗୀ ଥିବାରୁ ଜାତୀୟ ହାରରେ C ତାଲିକାରେ ଅଛି। ୨୦୩୦ ସୁଦ୍ଧା ଦେଶକୁ ଏଡ୍ସ ମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଗଞ୍ଜାମ ଓ କଟକରେ ଏଡ୍ସ ରୋଗୀଙ୍କ ସଂଖ୍ୟା ଅଧିକ ଥିବା ଜଣାପଡିଛି।