ଡିଜିଟାଲ ଦୁଷ୍କର୍ମ ଅଭିଯୋଗ, ଜେଲ ଗଲେ ୮୧ ବର୍ଷିୟ ବୃଦ୍ଧ

1 min read

ନୋଏଡା: ସୀମା ଟପିଯାଇଛି ସବୁ ଲଜ୍ଜା । ଡିଜିଟାଲ୍‌ ଦୁଷ୍କର୍ମ ଅଭିଯୋଗରେ ଜେଲ୍‌ ଯାଇଛନ୍ତି ଜଣେ ବୃଦ୍ଧ । ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି ଏହି ଲଜ୍ଜାଜନକ ଘଟଣା । ୧୭ ବର୍ଷର ଝିଅକୁ ଡିଜିଟାଲ୍‌ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ୮୧ ବର୍ଷୀୟ ବୃଦ୍ଧଙ୍କୁ ଜେଲ୍‌ ହୋଇଛି । ନାବାଳିକାଙ୍କୁ ଦୀର୍ଘ ୭ ବର୍ଷ ଧରି ଏହି ବୃଦ୍ଧଜଣଙ୍କ ଯୌନ ଶୋଷଣ କରୁଥିଲେ ।

ଗିରଫ ଅଭିଯୁକ୍ତଙ୍କ ନାଁ ହେଲା ମରିସ ରାଇଡର । ନୋଏଡା ସେକ୍ଟର ୩୯ରେ ରହୁଥିବା ମରିସ ରାଇଡରଙ୍କ ଘରେ ପାଠ ପଢ଼ିବା ପାଇଁ ଜଣେ ନାବାଳିକା ଜଣଙ୍କ ରହିଥିଲେ । ହେଲେ ଏହାର ଫାଇଦା ଉଠାଇ ନାବାଳିକାକୁ ଦୀର୍ଘ ୭ ବର୍ଷ ଧରି ନୃଶଂସ ଭାବେ ଯୌନ ଶୋଷଣ କରି ଆସୁଥିଲେ ବୃଦ୍ଧ।

ଅଭିଯୋଗ ଅନୁସାରେ, ୧୦ ବର୍ଷ ବୟସ ହୋଇଥିବା ସମୟରେ ପିଡୀତା ପରିବାର ନାବାଳିକାକୁ ବାହାରେ ଥିବା ବୃଦ୍ଧଙ୍କ ପାଖକୁ ପାଠ ପଢ଼ାଇବା ପାଇଁ ପଠାଇଥିଲେ । ହେଲେ ମରିସ୍ ନାବାଳିକାକୁ ଯୌନ ଶୋଷଣ କରିବା ଆରମ୍ଭ କରିଥିଲା । ଏହାକୁ ବିରୋଧ କଲେ ସେ ନାବାଳିକାକୁ ମାରପିଟ୍‌ ମଧ୍ୟ କରୁଥିଲା ।

ଏହି ଘଟଣା ନେଇ ସମ୍ପୃକ୍ତ ପୋଲିସ ଅଧିକାରୀ କହିଛନ୍ତି ଯେ, ଅଭିଯୁକ୍ତ ବୃଦ୍ଧଙ୍କ ନାଁରେ ଆଇପିସିର ଧାରା ୩୭୬ (ଦୁଷ୍କର୍ମ), ୩୨୩(ସ୍ୱେଚ୍ଛାକୃତ ଭାବେ ଆଘାତ ପାଇବା), ୫୦୬(ଅପରାଧିକ ଧମକ) ଅନୁଯାୟୀ ଜେଲ୍‌ ପଠାଯାଇଛି । ତେବେ ନାବାଳିକା ଜଣକ ଏହାକୁ ବିରୋଧ କରିବା ପାଇଁ ଡରୁଥିବାବେଳେ ହଠାତ୍‌ ସାହାସ କରି ସେ ଏହା ବିରୋଧରେ ସ୍ୱର ଉଠାଇଛନ୍ତି । ଆଉ ବୃଦ୍ଧଙ୍କୁ ଜେଲ୍ ପଠାଇଛନ୍ତି ।

ଡିଜିଟାଲ ରେପ୍ କ’ଣ?

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଡିଜିଟାଲ୍‌ ରେପ୍‌ କୌଣସି ଡିଜିଟାଲ୍‌ ମାଧ୍ୟମରେ ରେପ୍‌କୁ ବୁଝାଇନଥାଏ । ନିଜ ହାତ ମାଧ୍ୟମରେ ଅନ୍ୟଙ୍କ ପ୍ରାଇଭେଟ୍‌ ପାର୍ଟକୁ କୌଣସି ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟରେ ଛୁଇଁବା ତଥା ସ୍ପର୍ଷ କରିବାକୁ ଡିଜିଟାଲ୍ ରେପ୍ କୁହାଯାଏ ।

‘digit’ ଡିଜିଟ୍‌ ମାନେ ହେଉଛି ଅଙ୍କ । ଇଂରାଜୀ ଡିକ୍‌ସନାରୀ ଅନୁସାରେ, ହାତ ବା ଗୋଡର ଆଙ୍ଗୁଠି, ଭଳି ଶରୀରର ଅଂଶଗୁଡ଼ିକୁ ମଧ୍ୟ ଡିଜିଟ ବୋଲି କୁହାଯାଏ। ତେଣୁ ଡିଜିଟାଲ୍ ମାଧ୍ୟମରେ ଯେଉଁ ଯୌନ ଶୋଷଣ କରାଯାଇଥାଏ ତାହାକୁ ଡିଜିଟାଲ ରେପ୍ ବୋଲି କୁହାଯାଏ। ୨୦୧୨ରେ ଦୁଷ୍କର୍ମ ଆଇନରେ ସଂଶୋଧନ କରାଯାଇଥିଲେ। ଡିଜିଟାଲ ରେପକୁ ମଧ୍ୟ ଯୌନ ଶୋଷଣରେ ସାମିଲ କରାଯାଇଛି।

ସାଧାରଣତଃ ଦୁଷ୍କର୍ମ ମାମଲାରେ ସମାଜ ଜାଣିବା ଏବଂ ବିଭିନ୍ନ କଥୋପକଥନ ମହିଳାମାନେ ଭୟରେ ଚୁପ୍‌ ରହିଥାନ୍ତି । ଏବେ ବି ଅନେକ ମାମଲା ରହିଛି ଯାହା ବିରୋଧରେ ପିଡୀତା ଚୁପ୍‌ ରହିଛନ୍ତି । କିନ୍ତୁ ଆଇନ୍‌ ଅନୁଯାୟୀ ଦୁଷ୍କର୍ମକାରୀଙ୍କୁ କୋର୍ଟଙ୍କ ପକ୍ଷରୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇପାରେ । ଏହାସହ ବେଳେବେଳେ ଅପରାଧକୁ ଦୃଷ୍ଟିରେ ରଖି ଦଣ୍ଡାଦେଶ ଆହୁରି ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ ।