ୟୁକ୍ରେନ୍ ସେନାରେ ସାମିଲ ପାଇଁ ଧାଡ଼ିରେ ଛିଡା ୮୦ ବର୍ଷୀୟ ବୃଦ୍ଧ, ଫଟୋ ଭାଇରାଲ୍

1 min read

ୟୁକ୍ରେନ୍ ଓ ଋଷ ସେନା ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତାରେ। ଏହା ଭିତରେ ସୋସିଆଲ୍ ମିଡ଼ିଆରେ ଏଭଳି ସବୁ ଚିତ୍ର ଭାଇରାଲ୍ ହେଉଛି ଯାହାକୁ ଦେଖିଲେ ହୃଦୟ ଥରି ଉଠିବ।

ନିକଟରେ ୟୁକ୍ରେନର ଏକ ମେଟ୍ରୋ ଷ୍ଟେସନରେ ଦମ୍ପତ୍ତି ଛଳ ଛଳ ଆଖିରେ ପରସ୍ପର ଠାରୁ ବିଦାୟ ନେଉଥିବାର ଦୃଶ୍ୟ ଖୁବ୍ ଭାଇରାଲ୍ ହୋଇଥିଲା । ଯେଉଁଠି ଝିଅଟି ବାପାଙ୍କ ପାଇଁ ଖୁବ୍ କାନ୍ଦୁ ଥିଲା ଆଉ ବାପା ଇଚ୍ଛା ନଥାଇ ମଧ୍ୟ କାନ୍ଦିକାନ୍ଦି ଦେଶ ପାଇଁ ବିଦାୟ ଦେଇଥିଲେ। ଯେଉଁ ଦୃଶ୍ୟ ଖୁବ୍ ହୃଦୟ ବିଦାରକ ଥିଲା।

ସେହିପରି ଏବେ ୟୁକ୍ରେନ୍ ସେନାରେ ସାମିଲ ହେବା ଲାଗି ଧାଡିରେ ଛିଡା ହୋଇଥିବା ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କର ଫଟୋ ଭାଇରାଲ୍ ହେବାରେ ଲାଗିଛି । କ୍ୟାଟ୍ରିନା ୟୁଶ୍ଚିକୋଙ୍କ ଦ୍ୱାରା ଏହି ଫଟୋ ଟ୍ୱିଟରରେ ସେୟାର କରାଯାଇଛି । ଯେଉଁଥିରେ ଜଣେ ବୃଦ୍ଧ ବ୍ୟକ୍ତି ବ୍ୟାଗ୍ ଧରି ଲମ୍ବା ଧାଡିରେ ଠିଆ ହୋଇଛନ୍ତି ।  ତାଙ୍କ ବ୍ୟାଗରେ ଥିବା ଜିନିଷ ଦେଖିଲେ ଆଖିରେ ଲୁହ ଆସିଯିବ । ସେ ସାଙ୍ଗରେ ଦୁଇଟି ପ୍ୟାଣ୍ଟ ଓ ସାର୍ଟ, ଟୁଥ ବ୍ରସ୍ ଓ କିଛି ଖାଇବା ଆଣିଥିଲେ ବୋଲି କ୍ୟାପସନରେ ଲେଖାହୋଇଛି। ଏହି ଫଟୋକୁ ଏପର୍ଯ୍ୟନ୍ତ ଦୁଇ ଲକ୍ଷରୁ ଅଧିକ ଲାଇକ୍ସ ମିଳିସାରିଛି। ଦେଶ ପାଇଁ ବୃଦ୍ଧଙ୍କ ଭଲପାଇବାକୁ ସବୁଠି ପ୍ରଶଂସା କରାଯାଉଛି ।

 

Leave a Reply