ମଧ୍ୟପ୍ରଦେଶର ମେଡିକାଲରେ ଅମାନବୀୟ ଆଚରଣ: ବିଲ୍ ଦେଇନପାରିବାରୁ ବନ୍ଧା ହେଲେ ବୃଦ୍ଧ
1 min readମଧ୍ୟପ୍ରଦେଶର: ବିଲ୍ ଦେଇନପାରିବାରୁ ବନ୍ଧା ହୋଇଛନ୍ତି ବୃଦ୍ଧ । ମେଡିକାଲ ବେଡ୍ରେ ବନ୍ଧା ହୋଇଛନ୍ତି ପଡ଼ିଛନ୍ତି ୮୦ ବର୍ଷୀୟ ବୃଦ୍ଧ । ସାଜାପୁରର ଏକ ମେଡିକାଲ ବେଡ୍ରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ତେବେ ଘଟଣା ସମ୍ପର୍କରେ ଅବଗତ ହେବା ପରେ ସାଜାପୁର ଜିଲ୍ଲାପାଳ ଘଟଣାସ୍ଥଳକୁ ତଦନ୍ତ ପାଇଁ ଗୋଟିଏ ଟିମ୍ ପଠାଇଛନ୍ତି ।
शाजापुर के एक अस्पताल में वरिष्ठ नागरिक के साथ क्रूरतम व्यवहार का मामला संज्ञान में आया है। दोषियों को बख्शा नहीं जायेगा, सख्त से सख्त कार्रवाई की जायेगी।
— Shivraj Singh Chouhan (मोदी का परिवार ) (@ChouhanShivraj) June 6, 2020
ଏବଂ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ରହିଛି । ଅପରପକ୍ଷରେ ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୈହାନ । ଦୋଷୀଙ୍କୁ କ୍ଷମାଦିଆଯିବନାହିଁ, ସେମାନଙ୍କ ବିରୋଧ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
Madhya Pradesh: An 80-yr-old man found tied to bed with rope at a hospital in Shajapur allegedly over non-payment of hospital bill. Dist Collector says,‘We’ve sent a team to hospital to investigate matter. Police probe on. Report awaited. Action will be taken accordingly.'(06.06) pic.twitter.com/fWaY4nIi5z
— ANI (@ANI) June 7, 2020
ଘଟଣାନୁଯାୟୀ, ସପ୍ତାହ ଆରମ୍ଭରେ ବୃଦ୍ଧ ଜଣଙ୍କ ପେଟ ଜନିତ ସମସ୍ୟା ଯୋଗୁଁ ଜିଲ୍ଲାର ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । କିନ୍ତୁ ତାଙ୍କ ପରିବାର ସଦସ୍ୟ ବୃଦ୍ଧଙ୍କ ଚିକିତ୍ସା ବାବଦକୁ ହୋଇଥିବା ପୂରା ଖର୍ଚ୍ଚ ପଇଠ କରିବାକୁ ଅସମର୍ଥ ହୋଇଥିଲେ । ବୃଦ୍ଧଙ୍କ ବଡ଼ ଝିଅ ଯଥା ସମ୍ଭବ ଅର୍ଥ ପଇଠ କରିବା ସହ ଡିସଚାର୍ଜ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ଏଥିରେ ରାଜି ହୋଇନଥିଲେ ମେଡିକାଲ କର୍ତ୍ତୃପକ୍ଷ ।