spot_img

Latest Posts

ଦେଶରେ ବେକାବୁ କରୋନା: ୨୪ ଘଣ୍ଟା ମଧ୍ୟରେ ୭୮ ହଜାରରୁ ଅଧିକ ପଜିଟିଭ ଚିହ୍ନଟ, ୯୭୧ ମୃତ

ନୂଆଦିଲ୍ଲୀ: ଗତ ଏକ ସପ୍ତାହ ମଧ୍ୟରେ ଭାରତରେ କରୋନାଭାଇରସ୍ ଗ୍ରାଫ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି ରବିବାର ଦିନ ଦେଶରେ କରୋନା ମାମଲା ୩୫ ଲକ୍ଷ ଅତିକ୍ରମ କରିଛି। ଏହା ସହିତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ କରୋନା ପଜିଟିଭ୍ ମାମଲା ସହ ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇଛି ୱାର୍ଲ୍ଡମିଟର ଅନୁଯାୟୀ, ଗୋଟିଏ ଦିନରେ ଭାରତରେ ପ୍ରାୟ ୮୦ ହଜାର ନୂଆ କରୋନା ମାମଲା ରିପୋର୍ଟ ହୋଇଛି ଏବଂ ୯୭୧ ଜଣ ମୃତ୍ୟୁ ବରଣ କରିଥିବା ସୂଚନା ରହିଛି । ଏହାପୂର୍ବରୁ ଆମେରିକାରେ ୨୪ ଜୁଲାଇରେ ଗୋଟିଏ ଦିନରେ ସର୍ବାଧିକ ୭୮୫୮୬ କେସ୍ ରେକର୍ଡ କରାଯାଇଥିଲା।

ଗତ କିଛି ଦିନ ହେବ ଦେଶରେ ୭୬ ହଜାରରୁ ଅଧିକ ନୂଆ ମାମଲା ଆସୁଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ରବିବାର ଦିନ ଦେଶରେ ଏକ ରେକର୍ଡ ୭୮.୭୬୧ ମାମଲା ରୁଜୁ ହୋଇଛି । ଏହାପୂର୍ବରୁ ଶନିବାର ଦିନ, ୨୪ ଘଣ୍ଟା ମଧ୍ୟରେ ୭୬,୪୭୨ ନୂତନ ମାମଲା ରେକର୍ଡ ହୋଇଥିବାବେଳେ ଶୁକ୍ରବାର ଦିନ ୨୪ ଘଣ୍ଟାରେ ୭୭,୨୬୬ ଟି ନୂଆ ମାମଲା ରେକର୍ଡ କରାଯାଇଛି। ପରିସଂଖ୍ୟାନ କହୁଛି ଯେ କରୋନା ଦେଶରେ ହଇଚଇ ସୃଷ୍ଟି କରିବାରେ ଲାଗିଛି । ବଢ଼ୁଥିବା କରୋନା ସଂକ୍ରମଣ ମଧ୍ୟରେ ସେପ୍ଟେମ୍ବରରୁ ଦେଶରେ ଅନଲକ୍ ଆରମ୍ଭ ହେବାକୁ ଯାଉଛି

ଦିଲ୍ଲୀରେ କରୋନା କହର-

ଦେଶର ରାଜଧାନୀ ଦିଲ୍ଲୀରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଉଛି ରବିବାର ଦିନ ରାଜଧାନୀରେ ୨,୦୨୪ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ଏଥିସହିତ ୧୨୪୯ କରୋନା ରୋଗୀ ସୁସ୍ଥ ହୋଇଛନ୍ତି୫୦ ଦିନ ମଧ୍ୟରେ ସର୍ବାଧିକ ନୂତନ କେସ୍ ରେକର୍ଡ କରାଯାଇଛିଦିଲ୍ଲୀରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୩,୩୯୦ରେ ପହଞ୍ଚିଛିଏଥି ସହିତ ୧,୫୪,୧୭୧ କରୋନା ରୋଗୀ ଏପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିଛନ୍ତିଦିଲ୍ଲୀରେ କରୋନାରେ ମୃତ୍ୟୁବରଣ କରିଥିବା ମୋଟ ଲୋକଙ୍କ ସଂଖ୍ୟା ୪,୪୨୬କୁ ବୃଦ୍ଧି ପାଇଛି


ମହାରାଷ୍ଟ୍ରରେ କରୋନାର ସର୍ବାଧିକ ମାମଲା-

ମହାରାଷ୍ଟ୍ରରେ କୋଭିଡ ୧୯ରେ ଦିନକରେ ୧୬,୪୦୮ ମାମଲା  ରିପୋର୍ଟ ହୋଇଥିବା ବେଳେ ରବିବାର ଦିନ ମୋଟ ସଂଖ୍ୟା ୭,୮୦,୬୮୯ କୁ ବୃଦ୍ଧି ପାଇଛି । ଏଥି ସହିତ, ୨୯୬ରୁ ଅଧିକ ରୋଗୀଙ୍କ ମୃତ୍ୟୁ ପରେ ରାଜ୍ୟରେ ଏହି ମହାମାରୀରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୨୪,୩୯୯କୁ ବୃଦ୍ଧି ପାଇଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ରବିବାର ଦିନ ମୁମ୍ବାଇରେ ୧,୨୩୭ଟି କରୋନା ମାମଲା ସାମ୍ନାକୁ ଆସିବାବେଳେ ୩୦ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହା ସହିତ ମୁମ୍ବାଇରେ ମୋଟ ସଂକ୍ରମଣ ସଂଖ୍ୟା ୧,୪୪,୬୨୬କୁ ବୃଦ୍ଧି ପାଇଛି ।

ମୁମ୍ବାଇରେ ଲତା ମଙ୍ଗେଶକରଙ୍କ ବିଲଡିଂ ସିଲ୍-

ଗାୟିକା ଲତା ମଙ୍ଗେଶକରଙ୍କ ବିଲଡିଂକୁ ସିଲ୍ କରାଯାଇଛି। ବିଏମସି ଦ୍ୱାରା ସିଲ୍ ହୋଇଥିବା ଦକ୍ଷିଣ ମୁମ୍ବାଇର ପେଡର୍ ରୋଡ୍ ପ୍ରଭାସୁଞ୍ଜ ବିଲ୍ଡିଂରେ ଲତା ମଙ୍ଗେଶକର ବାସ କରନ୍ତି। ସୂଚନା ଅନୁଯାୟୀ, ବିଲଡିଂରେ ରହୁଥିବା କିଛି ଲୋକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି, ଏହା ପରେ ବିଏମସି ସତର୍କତାମୂଳକ ଭାବରେ ବିଲଡିଂକୁ ସିଲ୍ କରିଛି । ତେବେ ଲତାଙ୍କ ପରିବାରରେ ସମସ୍ତେ ସୁରକ୍ଷିତ ଅଛନ୍ତି ।

ରାଜସ୍ଥାନରେ କରୋନା ରୋଗୀଙ୍କ ସଂଖ୍ୟା ୬୦ ହଜାର ଅତିକ୍ରମ-

ରବିବାର ଦିନ ରାଜସ୍ଥାନରେ କରୋନା ଭାଇରସ କାରଣରୁ ୧୩ ଜଣ ରୋଗୀଙ୍କ ମୃତ୍ୟୁ ପରେ ରାଜ୍ୟରେ ଏହି ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧,୦୪୩ କୁ ବୃଦ୍ଧି ପାଇଛି । ଏହା ସହିତ ରାଜ୍ୟରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୮୦,୨୭୭କୁ ବୃଦ୍ଧି ପାଇଛି ଯେଉଁଥିରେ ୧,୪୫୦ଟି ନୂଆ ମାମଲା ରହିଛି ।

 

Latest Posts

Don't Miss