ମୁଖ୍ୟମନ୍ତ୍ରୀ ଭବନରେ ଏକାଥରେ ୮୦ଜଣ କରୋନା ପଜିଟିଭ୍

1 min read
80 staff of cm residence corona infected 44 workers of-pmch

ପାଟନା: ବିହାରରେ କରୋନା ସଂକ୍ରମଣରେ ଅନେକ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି । ସେହି କ୍ରମରେ ରାଜ୍ୟର ସବୁଠୁ ବଡ଼ ଡାକ୍ତରଖାନା ପାଟନା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ତିନିଜଣ ଡାକ୍ତରଙ୍କ ପଜିଟିଭ୍ ଥିବା ଜଣାପଡିଥିଲା । ଏବଂ ସେଠାରେ ହିଁ ୨ ନର୍ସ ମଧ୍ୟ କରୋନା ପଜିଟିଭ୍ ବୋଲି ସ୍ପଷ୍ଟ ହୋଇଛି । ଏହା ସହିତ PMCHରେ କୋଭିଡ୍ ପଜିଟିଭ୍ କର୍ମଚାରୀଙ୍କ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି । କେବଳ ସେତିକି ନୁହେଁ ପାଟନା AIIMSରେ ମଧ୍ୟ ଜଣେ ନର୍ସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩ଜଣ ଡାକ୍ତର ପଜିଟିଭ୍ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତେବେ ଏହାକୁ ମିଶାଇ AIIMSରେ ୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ଭବନରେ ସଂକ୍ରମଣ

ବିହାରର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଭବନରେ ଭାଇରସର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏପର୍ଯ୍ୟନ୍ତ ଏଠାରେ ୮୦ରୁ ଅଧିକ ଲୋକ କରୋନା  ସଂକ୍ରମିତ ହୋଇଛନ୍ତି । ସୂଚନାନୁସାରେ, ମୁଖ୍ୟମନ୍ତ୍ରୀଙ୍କ ବାସଭବନର କ୍ୟାଣ୍ଟିନରେ ନିୟୋଜିତ ଥିବା କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସଚିବଙ୍କ ଡ୍ରାଇଭର ପର୍ଯ୍ୟନ୍ତ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ବହୁ ସଂଖ୍ୟକ ସୁରକ୍ଷା କର୍ମୀ ମଧ୍ୟ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟର କର୍ମଚାରୀଙ୍କ ମଧ୍ୟ ନମୁନା ମଧ୍ୟ ପରୀକ୍ଷା ପାଇଁ ନିଆଯାଇଛି।

ପାଟନାରେ ବଢିଚାଲିଛି ସଂକ୍ରମଣ

ଆପଣଙ୍କୁ କହି ରଖୁଛୁ ଯେ, ଗୁରୁବାରରୁ ଶୁକ୍ରବାର ମଧ୍ୟରେ ପାଟନାରେ ୨୪ ଘଣ୍ଟାରେ ସର୍ବାଧିକ ୩୮୫ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ପିଏମସିର ମେଡିକାଲ୍ ଅଫିସର ୨୮କର୍ମୀ ଏବଂ ୨୩ ଅଗ୍ନିଶମ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ପାଟନାରେ ସଂକ୍ରମିତ କରୋନା ସଂଖ୍ୟା ବର୍ତ୍ତମାନ ୧୮୮୮ରେ ପହଞ୍ଚିଛି । ସେଥିମଧ୍ୟରୁ ୧୧୮୦ ଜଣଙ୍କୁ ବିଭିନ୍ନ ଆଇସୋଲେସନରେ ଭର୍ତ୍ତି କରାଯାଇଛି। ଜିଲ୍ଲାରେ ଏପର୍ଯ୍ୟନ୍ତ ୧୭ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି।

ବିହାରରେ ସଂକ୍ରମିତ ସଂଖ୍ୟା ୧୪୩୩୦

ସୂଚନା ଅନୁସାରେ, ଶୁକ୍ରବାର ଦିନ ବିହାରରେ ୩୫୨ଟି ନୂଆ କରୋନାଭାଇରସ୍ ମାମଲା ରୁଜୁ ହୋଇଥିଲା । ଏହା ସହିତ କରୋନାଭାଇରସ୍ ସଂଖ୍ୟା ୧୪୩୩୦କୁ ବୃଦ୍ଧି ପାଇଛି  । ଭାଗଲପୁରରେ ସର୍ବାଧିକ ୮୪ ରୋଗୀ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟ ସଂଖ୍ୟା ହେଉଛି ରାଜଧାନୀ ପାଟନା, ଯେଉଁଠାରେ ୭୩ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଶୁକ୍ରବାର ପର୍ଯ୍ୟନ୍ତ ବିହାରରେ ୧୦୨୫୧ ରୋଗୀ ସୁସ୍ଥ ହୋଇଯାଇଛନ୍ତି ।

Leave a Reply