ରାଜ୍ୟର ୮୦ ପ୍ରତିଶତ ଆଇସିୟୁ, ୫୦ ପ୍ରତିଶତ ଭେଣ୍ଟିଲେଟରରେ ରୋଗୀ,

80 Percentage ICU Bed Filled Up In Odisha

ଭୁବନେଶ୍ୱର: ଟେଷ୍ଟିଂ ବଢ଼ିବାରୁ ରାଜ୍ୟରେ ବଢ଼ୁଛି ସଂକ୍ରମଣ ଓ ମୃତ୍ୟୁସଂଖ୍ୟା । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଏବେ ରାଜ୍ୟରେ ୮୦ ପ୍ରତିଶତ ଆଇସିୟୁରେ ରୋଗୀ ଅଛନ୍ତି । ୫୦ ପ୍ରତିଶତରୁ ଅଧିକ ଭେଣ୍ଟିଲେଟରରେ କରୋନା ଆକ୍ରନ୍ତଙ୍କ ଚିକିତ୍ସା କରାଯାଉଛି । ବହୁତ ଗୁରୁତର ଲୋକେ ଏବେ ମେଡିକାଲରେ ଅଛନ୍ତି । ସେ ଦୃଷ୍ଟିରୁ ମୃତ୍ୟୁ ସଂଖ୍ୟା ଏବେ ଟିକିଏ ବଢ଼ିବ । ମେ ୧୫ରୁ ୨୦ ତାରିଖକୁ ଦେଖିଲେ ମୃତ୍ୟୁସଂଖ୍ୟା ବଢ଼ୁଥିବା ଜଣାପଡ଼ୁଛି ।

ଯେତିକି ରୋଗୀ ମେଡିକାଲରେ ଅଛନ୍ତି ସେମାନଙ୍କ ଭିତରୁ କିଛି ସୁସ୍ଥ ହେବେ ନଚେତ୍ କିଛି ଜଣ ମୃତ୍ୟୁବରଣ କରିବେ । ସେହି ଅନୁପାତରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଆକଳନ କରାଯାଉଛି । ମେ ମାସ ଶେଷ ବେଳକୁ ରାଜ୍ୟରେ ସଂକ୍ରମଣ କମିବ ବୋଲି ଆମେ ଆଶା ରଖିଛୁ । କରୋନାର ପ୍ରଥମ ଲହରରେ ୧୮ ବର୍ଷ ତଳକୁ ୧୦ ପ୍ରତିଶତ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ଯୁବବର୍ଗ ଅଧିକ ସଂକ୍ରମିତ ହେଉଛନ୍ତି । ଯେହେତୁ ଭ୍ୟାକ୍ସିନ ନଥିଲା ତେଣୁ ବର୍ତ୍ତମାନ ଡେଥ୍ ରେଟ ବଢ଼ୁଛି । ଯେତେ ଶୀଘ୍ର ଆମେ ଭ୍ୟାକ୍ସିନେସନ ସାରିବା ସେହି ଅନୁପାତରେ ମୃତ୍ୟୁହାର କମିବ ।

ଆମେ ଧୀରେ ଧୀରେ ଆଇସିୟୁ ବଢ଼ାଉଛୁ । ଆଜି ବି କିମ୍ସ ହସ୍ପିଟାଲରେ ଆଇସିୟୁ ବଢ଼ାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବ୍ଲାକ ଫଙ୍ଗସ ଥିଲା, ହ୍ଵାଇଟ ଫଙ୍ଗସ୍ ବି ପୂର୍ବରୁ ରହିଥିଲା । ଲୋକ ମାନେ ଭୟଭୀତ ହୁଅନ୍ତୁ ନାହିଁ । ମାଲେରିଆ, ଯକ୍ଷ୍ମା ଭଳି ବ୍ଲାକ ଫଙ୍ଗସକୁ କେବଳ ନୋଟିଫାଏଡ୍ ଡିଜିଜି ବୋଲି ଘୋଷଣା କରାଯାଇଛି । ସମସ୍ତ ନୋଟିଫାଏଡ୍ ଡିଜିଜି ମହାମାରୀ ନୁହେଁ । ଅର୍ଥାତ ଯେଉଁଠି ରୋଗୀ ଚିହ୍ନଟ ହେବେ ତୁରନ୍ତ ସରକାରଙ୍କୁ ଜଣାଇବେ । ଆମ ରାଜ୍ୟରେ ୧୦ ଜଣ ଭିତରେ ବ୍ଲାକ ଫଙ୍ଗସ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି ।

Leave a Reply