spot_img

Latest Posts

ନିର୍ବାଚନୀ ପ୍ରଚାରର ଶେଷ ଦିନରେ କମ୍ପିଲା ପଶ୍ଚିମବଙ୍ଗ ଭବାନୀପୁର, ରାସ୍ତାରୁ ଓହ୍ଲାଇଲେ ହେବିଓ୍ୱେଟ ନେତା

କୋଲକାତା: ପ୍ରଚାରରେ କମ୍ପୁଛି ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ଭବାନୀପୁର। ଆସନ୍ତା ୩୦ ତାରିଖରେ ଉପ-ନିର୍ବାଚନ ଥିବା ବେଳେ ଆଜି ହେଉଛି ପ୍ରଚାରର ଶେଷ ଦିନ। ଏଥି ପାଇଁ ନିର୍ବାଚନର ମୈଦାନରେ ହେବିଓ୍ବେଟଙ୍କ ଭିଡ଼ ଲାଗୁଥିବା ଦେଖିବାକୁ ମିଳିଛି। ଟିଏମସି ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଉଛି। ମମତାଙ୍କୁ ବିଜେପି ମଧ୍ୟ ଟକ୍କର ଦେଇଥିବା ଦେଖିବାକୁ ମିଳିଛି। ବିଜେପି ପକ୍ଷରୁ ଆଜି ୮୦ଜଣ ନେତା ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ସେପଟେ ବିଜେପିର ଏହି ରଣନୀତି କୌଣସି କାମ ଦେବ ନାହିଁ ବୋଲି କହିଛନ୍ତି ଟିଏମ୍ସିର ସାଧାରଣ ସମ୍ପାଦକ । ଅଭିଷେକ ବାନାର୍ଜୀଙ୍କ କହିବା ଅନୁଯାୟୀ, ଏହି ଆସନରୁ ଟିଏମସି ନିଶ୍ଚୟ ବିଜୟ ହାସଲ କରିବ।

ଅନ୍ୟପଟେ ଭବାନୀପୁର ନିର୍ବାଚନୀ ପ୍ରଚାର ବେଳେ ବିଜେପି ନେତାଙ୍କ ସୁରକ୍ଷା କର୍ମୀମାନେ ବନ୍ଧୁକ ଦେଖାଇ ଲୋକଙ୍କୁ ଧମକାଉଥିବାର ଦେଖାଯାଇଛି। ବିଜେପି ଉପ ସଭାପତି ଦିଲ୍ଲୀପ୍ ଘୋଷ ଭବାନୀପୁର ପ୍ରଚାର କରୁଥିବା ବେଳେ ଏକ ଟିକାକରଣ କେନ୍ଦ୍ରରେ ପ୍ରବେଶ କରିଥିଲେ। ସେଠାରେ ଥିବା ଲୋକମାନେ ଏହାକୁ ବିରୋଧ କରିବାରୁ ସୁରକ୍ଷାକର୍ମୀ ଜଣଙ୍କ ଲୋକମାନଙ୍କୁ ବନ୍ଧୁକ ଦେଖାଇ ଡରାଇଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ବନ୍ଧୁକ ଦେଖାଇ ବିଜେପି ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି ବୋଲି ଭୋଟର କହିଛନ୍ତି।

Latest Posts

Don't Miss