spot_img

Latest Posts

ବିମୁଦ୍ରୀକରଣକୁ ପୂରିଲା ୮ ବର୍ଷ : ବିପୁଳ କ୍ଷତିର ସମ୍ମୁଖୀନ ହୋଇଥିଲେ ସାରା ଦେଶବାସୀ

ନୁଆଦିଲ୍ଲୀ : ବିମୁଦ୍ରୀକରଣକୁ ପୂରିଲା ୮ ବର୍ଷ। ୨୦୧୬ ନଭେମ୍ବର ୮ରେ କେନ୍ଦ୍ର ସରକାର ନେଇଥିଲେ ବିମୁଦ୍ରୀକରଣ ଭଲି ଘୁରୁତ୍ବପୂର୍ଣ୍ଣ ପଦକ୍ଷେପ। ନୂଆ ନିଷ୍ପତ୍ତି ଯୋଗୁ ରାତାରାତି ବ୍ଯାନ ହୋଇଯାଇଥିଲା ୫୦୦ ଓ ହଜାରେ ଟଙ୍କିଆ ନୋଟ। ଏଥିଲାଗି ସମ୍ପୂର୍ଣ୍ଣ ନଥିଲେ ଦେଶବାସୀ। ଫଳରେ ବିପୁଳ କ୍ଷତିର ସମ୍ମୁଖୀନ ହୋଇଥିଲେ ସାରା ଦେଶବାସୀ। କଳାଟଙ୍କା ରୋକିବାକୁ ଏହି ପଦକ୍ଷେପ ନିଆଯାଇଥିଲେ ବି ଏହା ଉପରେ ଆଜି ବି ରହିଛି ପ୍ରଶ୍ନ। ଏହି ପ୍ରସଙ୍ଗ ଶେଷରେ ସୁପ୍ରିମକୋର୍ଟ ଯାଇଥିଲା। ୨୦୨୩ ଜାନୁଆରୀରେ ସୁପ୍ରିମକୋର୍ଟ କହିଥିଲେ- କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଯଥାର୍ଥ ଥିଲା। ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଏର ସମସ୍ତ ପିଟିସନକୁ କୋର୍ଟ ଖାରଜ କରିଦେଇଥିଲେ । ନୋଟବନ୍ଦୀ ପୂର୍ବରୁ କେନ୍ଦ୍ର-RBI ମଧ୍ୟରେ ଆଲୋଚନା ହୋଇଥିଲା । ଆର୍ଥିକ ନିଷ୍ପତ୍ତିରେ କୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଖଣ୍ଡପୀଠ କହିଥିଲେ । ନୋଟବନ୍ଦୀକୁ ନେଇ ୫ଜଣିଆ ଖଣ୍ଡପୀଠ ଶୁଣାଣି କରିଥିବା ବେଳେ ୪ଜଣ କେନ୍ଦ୍ର ନିଷ୍ପତ୍ତି ସପକ୍ଷରେ ରାୟ ଦେଇଥିବା ବେଳେ ଜଣେ ଏହାକୁ ବିରୋଧ କରିଥିଲେ । ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ବିମୁଦ୍ରୀକରଣ ନିଷ୍ପତ୍ତି ପରେ ମୋଟ ୧୫ ଦଶମିକ ୪୧ ଟ୍ରିଲିୟନ ଟଙ୍କା ମଧ୍ୟରୁ ୧୫ ଦଶମିକ ୩ ଟ୍ରିଲିୟନ ଟଙ୍କା ବ୍ୟାଙ୍କରେ ଜମା ହୋଇଥିଲା । ଏହାର ହାର ଥିଲା ୯୯ ଦଶମିକ ୩ ପ୍ରତିଶତ । ବିମୁଦ୍ରୀକରଣ ପ୍ରସଙ୍ଗରେ କୋର୍ଟ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ପୂର୍ବରୁ କେନ୍ଦ୍ର ସରକାର ଦର୍ଶାଇଥିଲେ । ଗତ ୨୦୨୨ ଡିସେମ୍ବର ୭ ତାରିଖରେ ଜଷ୍ଟିସ ଏସ.ଏ. ନାଜିରଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ।

Latest Posts

Don't Miss